ଅର୍ଥନୈତିକ ଅଭିବୃଦ୍ଧି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପାଇଁ ମତ୍ସ୍ୟ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ ଅଟେ । ୧୯୫୭ ମସିହା ଜୁଲାଇ ୧୦ ତାରିଖ ଦିନ ଓଡ଼ିଶାର ଅନୁଗୁଳ ଠାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମତ୍ସ୍ୟବିଜ୍ଞାନୀ ପ୍ରଫେସର ହିରାଲାଲ୍ ଚୌଧୁରୀଙ୍କ ଗବେଷଣାର ଫଳସ୍ୱରୂପ ଓ ଡ. କେ. ଏଚ୍. ଆଲିକୁନିଙ୍କ ସହଯୋଗରେ ପ୍ରଥମ ଥର ପାଇଁ ଆବଦ୍ଧ ପୋଖରୀରେ “ପ୍ରବର୍ତ୍ତିତ ପ୍ରଜନନ ପଦ୍ଧତି” ର ଶୁଭାରମ୍ଭ ହୋଇଥିଲା । ବିଭାଗର ଅଧକ୍ଷ ଡ. କେ.ଏଚ୍. ଆଲିକୁନି ଓ ଡ. ହିରାଲାଲ୍ ଚୌଧୁରୀଙ୍କ ପ୍ରଚେଷ୍ଟା ଫଳରେ ମତ୍ସ୍ୟ ପ୍ରଜାତିର “ପ୍ରବର୍ତ୍ତିତ ପ୍ରଜନନ ପଦ୍ଧତି” ଆବଦ୍ଧ କ୍ଷେତ୍ରରେ ଗୁଣ୍ଡ ଯାଆଁଳ ପ୍ରସ୍ତୁତିରେ ସଫଳତା ଆଣିଦେଇଥିଲା । ପ୍ରଫେସର ଚୌଧୁରୀଙ୍କ ସଫଳତାକୁ ମନେପକେଇବା ଓ ମତ୍ସ୍ୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ୨୦୦୧ ମସିହାରୁ ପ୍ରତିବର୍ଷ ଜୁଲାଇ ୧୦ ତାରିଖରେ ଦେଶବ୍ୟାପୀ ମହାସମାରୋହରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନ କରାଯାଏ ।
ଚୂନା ମାଛ ଗୁଡିକରେ ସମସ୍ତ ପ୍ରକାର ଖଣିଜ ପଦାର୍ଥ ଥାଏ ଏବଂ ଏହି ଚୂନା ମାଛରୁ ଭିଟାମିନ ଏ, ଡି ଓ ବି ମିଳିଥାଏ । ସାଧାରଣତଃ ଆମ୍ଭେମାନେ ଚୂନା ମାଛ ଗୁଡିକର ମୁଣ୍ଡ ଓ କଣ୍ଟା ସମ୍ପୂର୍ଣ ଖାଇଥାଉ, ଯାହାର କି ଉପାଦେୟତା ଅଧିକ ଥାଏ । ଚୂନା ମାଛରେ ଅଧିକ ପରିମାଣର ସୂକ୍ଷ୍ମ ପୁଷ୍ଟିସାର ଥାଏ, ତେଣୁ ଚୁନା ମାଛ ଖାଇବା ଦ୍ୱାରା ପିଲାମାନେ ଅଧିକ ବୁଦ୍ଧିମାନ ହୋଇଥାନ୍ତି।
ପରିସଂଖ୍ୟାନରୁ ଜଣାଯାଏ, ଆମ ରାଜ୍ୟରେ ୧୫ଲକ୍ଷ ଲୋକ ମତ୍ସ୍ୟକ୍ଷେତ୍ର ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ, ତନ୍ମଧ୍ୟରେ ୯ଲକ୍ଷ ମଧୁରଜଳ ଚାଷୀ ଭାବେ ଅନ୍ତର୍ଭୁକ୍ତ । ମାଛଚାଷୀ କହିଲେ ଯେ କେବଳ ପୁରୁଷ ମାଛଚାଷୀ ଅଟନ୍ତି ତାହା ନୁହେଁ, ମତ୍ସ୍ୟଚାଷ ମହିଳା ସଶକ୍ତିକରଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ସ୍ୱାସ୍ଥ୍ୟ ପାଇଁ ମାଛ ଖୁବ ଉପକାରୀ । ଏହାର ଉପକାରୀ ଗୁଣ ଯୋଗୁଁ ଏହା ଶରୀର ଦ୍ୱାରା ସହଜରେ ଶୋଷିତ ହୋଇଥାଏ । କେବଳ ଯେ ମାଛ ଖାଇବା ଶରୀର ପାଇଁ ଉପକାରୀ ତାହା ନୁହେଁ, ମାଛ ତେଲ ମଧ୍ୟ ବହୁ ଲାଭଦାୟକ । ଚୂନା ମାଛ ଗୁଡିକରେ ସମସ୍ତ ପ୍ରକାର ଖଣିଜ ପଦାର୍ଥ ଥାଏ ଏବଂ ଏହି ଚୂନା ମାଛରୁ ଭିଟାମିନ ଏ, ଡି ଓ ବି ମିଳିଥାଏ । ସାଧାରଣତଃ ଆମ୍ଭେମାନେ ଚୂନା ମାଛ ଗୁଡିକର ମୁଣ୍ଡ ଓ କଣ୍ଟା ସମ୍ପୂର୍ଣ ଖାଇଥାଉ, ଯାହାର କି ଉପାଦେୟତା ଅଧିକ ଥାଏ । ଚୂନା ମାଛରେ ଅଧିକ ପରିମାଣର ସୂକ୍ଷ୍ମ ପୁଷ୍ଟିସାର ଥାଏ, ତେଣୁ ଚୁନା ମାଛ ଖାଇବା ଦ୍ୱାରା ପିଲାମାନେ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ମାଛରେ ପୁଷ୍ଟିସାର ଅଧିକ ଥିବାରୁ ଏହା ଆମ ପାଇଁ ଅଧିକ ଉପଯୋଗୀ ଅଟେ । ଓମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ୍ ପରିମାଣ ଅଧିକ ଥିବା ମାଛ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ।
ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ମାଛ ଆହରଣ ୨୦୧୪-୧୫ ରେ ୧୧.୦୧ କିଲୋଗ୍ରାମ ଥିବାବେଳେ, ଏହା ବୃଦ୍ଧି ପାଇ ୨୦୨୧-୨୨ରେ ୧୭.୨ କିଲୋଗ୍ରାମ ହୋଇଛି । ମାଛ ଆହରଣ ବଢିବାର ମୁଖ୍ୟ କାରଣ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ଓ ମାଛ ଉତ୍ପାଦନ ବୃଦ୍ଧି ବୋଲି କୁହାଯାଇ ପାରେ । ବର୍ଦ୍ଧିତ ଜନସଂଖ୍ୟା ଓ ମାଛ ଖାଦ୍ୟର ଚାହିଦାକୁ ଦେଖିଲେ ଜଣାଯାଏ ଆଗାମୀ ସମୟରେ ଏହାର ବ୍ୟବସାୟ ଦ୍ରୁତ ଗତିରେ ବଢିବାର ଯଥେଷ୍ଟ ସମ୍ଭାବନା ଅଛି । କୃଷି ଭଳି ମତ୍ସ୍ୟଚାଷ ମଧ୍ୟ ଆତ୍ମନିଯୁକ୍ତିର ଏକ ଉପଯୁକ୍ତ ପନ୍ଥା।
ଡ. ଗଣେଶ ଚନ୍ଦ୍ର କୁଣ୍ଡ,
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା