ସମ୍ବଲପୁର: ବୁର୍ଲା ଥାନା ଏନ୍ଏସି କାର୍ଯ୍ୟାଳୟ ନିକଟସ୍ଥ ରବୀନ୍ଦ୍ର ଚୌଧୁରୀଙ୍କ ଘରୁ ୧୫ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ୨୧ ତାରିଖ ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପୂରା ପରିବାର ବାହାରକୁ ଯାଇଥିଲେ। ଏହାର ଫାଇଦା ଉଠାଇ କେହି ତାଙ୍କ ଘର ଭିତରେ ଥିବା ଆଲ୍ମିରାରୁ ୧୫ ଲକ୍ଷ ଟଙ୍କା ଚୋରି କରି ନେଇଥିଲା।
ଆଲମିରାରେ ଟଙ୍କା ନଥିବା ଦେଖିବା ପରେ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ତେବେ ସିସିଟିଭି ଯାଞ୍ଚ କରିବା ପରେ ତାଙ୍କ ଘର ପାଖର ଜଣେ ଦୋକାନୀ ଘରେ ପଶିଥିବା ଦେଖିବାକୁ ପାଇଥିଲେ। ସେହି ଦୋକାନୀ ଜଣକ ଟଙ୍କା ଚୋରି କରିଥିବା ସନ୍ଦେହ କରି ରବୀନ୍ଦ୍ର ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।