ପୁଣି କଟକ ଜିଲ୍ଲାରୁ ୧୫ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୬

କଟକ: ଆଜି କଟକ ଜିଲ୍ଲାରେ ପୁଣି ୧୫ ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଡମପଡ଼ାରେ ୩ ଜଣ, ତିଗିରିଆରେ ୨ ଜଣ, କଣ୍ଟାପଡ଼ାରେ ୩ ଜଣ, ଓଏସ୍‌ଏପିରେ ୨ ଜଣ, ଏନଡିଆରଫରୁ ଜଣେ, ସିଏମ୍‌ସିରୁ ୩ ଜଣ ଓ ମାହାଙ୍ଗାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ଜିଲ୍ଲାରୁ ଗତ ଏପ୍ରିଲ ୪ ତାରିଖରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ଜିଲ୍ଲାରେ ଏପ୍ରିଲ ମାସରେ ଆଉ କୌଣସି ବ୍ୟକ୍ତି କରୋନାରେ ପୀଡ଼ିତ ନଥିଲେ। କିନ୍ତୁ ମେ’ ମାସରେ ଜିଲ୍ଲାକୁ କରୋନା ପୁଣି ଥରେ ଫେରିଥିଲା। ଗତ ୧୨ ତାରିଖରେ ଜିଲ୍ଲାର ସ୍ଥାନରୁ ଏକକାଳୀନ ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ତେବେ ଆଜିର ୧୫ଜଣଙ୍କୁ ମିଶାଇ କଟକ ଜିଲ୍ଲାରୁ ମୋଟ ୩୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୧୩ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୮୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେବଳ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର