ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଳା ଛକ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଓ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୧୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମା’ ଦୁର୍ଗା ନାମକ ଏକ ଘରୋଇ ବସ୍ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଜପୁରରୁ କରଞ୍ଜିଆ ଆଭିମୁଖେ ଯାଉଥିଲା। ପୋଇଜାମୁଳାଛକ ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଟ୍ରକ୍ ଓ ବସ୍ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଓ ଦମକଳ ଯୋଗେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରାଯାଇଛି। ଆହତମାନେ ହେଲେ ଉଦୟପୁରର କନକଲତା ବିଶ୍ୱାଳ (୬୫), ବିରିଡିହାର ରବୀନ୍ଦ୍ର ସାହୁ (୫୮), ଅର୍ଜୁନପଶିର ରାମଚନ୍ଦ୍ର ସାହୁ (୩୮), ଉଦୟପୁରର ହାର୍ଦ୍ଦିକ ପାତ୍ର (୫), ସଂହବିଲାର ଋଷି ଯାତ୍ରା (୪୫), ଉଦୟପୁରର ମୁଡ଼ୁ ମୁଣ୍ଡା (୬୦), ସିଂହବିଲାର ଦୀପୁ ନାଏକ (୩୦), ଗୁଲାତି ପାତ୍ର (୪୮), କେନ୍ଦ୍ରାପଡ଼ାର ସଞ୍ଜୟ ବାରିକ (୪୩), ପୋଇଜାମୁଳାର ରଞ୍ଜନ ମୁଣ୍ଡା, ଉଦୟମପୁରର ହିମାଂଶୁ ନାଏକ, କୁଣ୍ଡଲା ବିଶ୍ୱାଳ, ଜାମୁଦାର ରବିନାରାୟଣ ନାଏକ (୨୮), କଲରାଗଡ଼ିଆର ସରୋଜିନୀ ନାଏକ (୩୦)। ଗୁରୁତର ଆହତ ହୋଇଥିବା ୧୦ଜଣଙ୍କୁ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp