ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ କ୍ରୀଡ଼ା ଛାତ୍ରାବାସ ଶିକ୍ଷାର୍ଥୀଙ୍କ ପାଇଁ ୧୫% ସଂରକ୍ଷଣ

ଭୁବନେଶ୍ବର : କ୍ରୀଡ଼ା ଓ ଯୁବ ସେବା ବିଭାଗ ଅଧୀନରେ ଭୁବନେଶ୍ବର ଏବଂ କୁଲୁଣ୍ଡି (ସମ୍ବଲପୁର)ଠାରେ ଅବସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ନାମଲେଖା ନିମନ୍ତେ କ୍ରୀଡ଼ା‌ ଛାତ୍ରାବାସରୁ ପାସ୍‌ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ୧୫% ଆସନ ସଂରକ୍ଷିତ ରଖାଯିବ। ଉକ୍ତ ସଂରକ୍ଷଣ ବ୍ୟବସ୍ଥା ବିଭିନ୍ନ ବର୍ଗଙ୍କ ନିମନ୍ତେ ପୂର୍ବରୁ ନିର୍ଦ୍ଧାରିତ ଥିବା ସଂରକ୍ଷଣ ମାତ୍ରା (୫୦%) ମଧ୍ୟରେ ଅନ୍ତର୍ଭୁକ୍ତ ରହିବ। ଏହାବାଦ୍ ସରକାରୀ ଶିକ୍ଷା ମହାବିଦ୍ୟାଳୟର ଚୟନ ପ୍ରକ୍ରିୟାରେ କ୍ରୀଡ଼ା ଛାତ୍ରାବାସର ଶିକ୍ଷାର୍ଥୀଙ୍କ ନିମନ୍ତେ ୫% ନମ୍ବର କୋହଳ କରାଯିବ। ଏନେଇ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛି।

ଜାତୀୟସ୍ତରରେ ହେଉଥିବା କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ତୀବ୍ର ପ୍ରତିଯୋଗିତା ହେତୁ ସମସ୍ତ କ୍ରୀଡ଼ା ଛାତ୍ରାବାସର ଶିକ୍ଷାର୍ଥୀମାନଙ୍କ ନିମନ୍ତେ ପଦକ ଜିତିବା ଓ ଏହାକୁ ନେଇ ଭବିଷ୍ୟତରେ ଉପଯୁକ୍ତ ଚାକିରି ପାଇବା ସମ୍ଭବ ନୁହେଁ। ତେଣୁ କ୍ରୀଡ଼ା ଛାତ୍ରାବାସର ଶିକ୍ଷାର୍ଥୀମାନଙ୍କୁ ଶାରୀରିକ ଶିକ୍ଷାରେ ବୃତ୍ତି କରିବା ନିମନ୍ତେ ଏହି ବ୍ୟବସ୍ଥା ଲାଭଦାୟକ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର