ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀରୁ ଓଡ଼ିଶା ଫେରିଥିବା ୧୫ ଜଣଙ୍କ କରୋନା ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ୱର : ନିକଟରେ ହଜରତ୍‌ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ ଜଣ ଯାତ୍ରୀଙ୍କ ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିଲା। ତନ୍ମଧ୍ୟରୁ ୧୫ଟି ରିପୋର୍ଟ ହସ୍ତଗତ ହୋଇଛି। ଏହି ୧୫ଟି ଯାକ ରିପୋର୍ଟ କରୋନା ନେଗେଟିଭ ଆସିଛି। ୧୫ ଜଣଙ୍କ ମଧ୍ୟରୁ ରାଉରକେଲାର ୧୨ ଜଣ, କେନ୍ଦ୍ରାପଡାର ଜଣେ, କଟକର ଜଣେ ଏବଂ ଗଞ୍ଜାମର ଜଣେ ବୋଲି ଜଣାଯାଇଛି। ଅବଶିଷ୍ଟ ୫ଟି ରିପୋର୍ଟ ହସ୍ତଗତ ହୋଇନାହିଁ। ରାଜ୍ୟ ସରକାରଙ୍କ ସୂଚନା ଓ .ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି କୁହାଯାଇଛି କି ଓଡ଼ିଶାରେ ତବଲିଗ୍ ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୭ ବିଦେଶୀଙ୍କ ସମେତ ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି। ସମସ୍ତଙ୍କର ସ୍ବାବ ନମୁନା ସଂଗ୍ରହ ହୋଇ ପରୀକ୍ଷା ଲାଗି ଯାଇଛି।

ସମ୍ବନ୍ଧିତ ଖବର