ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଲିଫ୍ଟରେ ଯାନ୍ତ୍ରିକ ତୃଟି ଯୋଗୁଁ ଆଜି ୧୫ ଜଣ ଲୋକ ୨୦ ମିନିଟ ପର୍ଯ୍ୟନ୍ତ ଫସିଥିଲେ। ଲିଫ୍ଟ ଭିତରେ ଫସିଥିବା ଲୋକେ ଭୟଭୀତ ହୋଇଯାଇଥିଲେ। ସେମାନେ କେମିତି ବାହାରକୁ ଆସିବେ, ସେଥିପାଇଁ ଚିନ୍ତିତ ଥିଲେ। ଲିଫ୍ଟ ଭିତରେ ଫସିଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ରୋଗୀ ସଂପର୍କୀୟ ଥିବା ଜଣାପଡ଼ିଛି।
ତେବେ ଲିଫ୍ଟ ଭିତରେ ଫସିଥିବା ଲୋକମାନେ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କୁ ଘଟଣା ସଂପର୍କରେ ଅବଗତ କରିବାରୁ, ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଚିକିତ୍ସାଳୟ ପକ୍ଷରୁ ଏମାନଙ୍କୁ ଉଦ୍ଧାର କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା। କିନ୍ତୁ ଡାକ୍ତରଖାନାରେ ଉପସ୍ଥିତ ଥିବା ଜନତା ଏମାନଙ୍କୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ। ୧୫ ଜଣଙ୍କୁ ଲିଫ୍ଟରୁ ବାହାରକୁ ବାହାର କରିଥିଲେ। ତେବେ ମେଡିକାଲ ପକ୍ଷରୁ ଏଭଳି ଅବ୍ୟବସ୍ଥା କରାଯାଉଥିବାରୁ ତୁରନ୍ତ ଏହାକୁ ସୁଧାର କରିବା ପାଇଁ ଲୋକେ ଦାବି କରିଥିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଲୋକେ ବୋଲି କୁହାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/8a0e81fe-15d8-48a8-ab10-1e98b5617b7f.jpg)