କପିଳାସ ରୋଡ୍‌ ଓ ସାଲେଗାଓଁ ଷ୍ଟେସନ୍‌ ମଧ୍ୟରେ ଦୋହରୀକରଣ କାର୍ଯ୍ୟ : ୧୫ ଟ୍ରେନ୍‌ ବାତିଲ୍‌, ୮ ମାର୍ଗ ପରିବର୍ତନ

ଭୁବନେଶ୍ବର : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ‌୍ ରେଳମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ୍‌ ଓ ସାଲେଗାଓଁ ଷ୍ଟେସନ୍‌ ମଧ୍ୟରେ ଏପ୍ରିଲ ୨୫ଠାରୁ ମେ’ ୮ ପର୍ଯ୍ୟନ୍ତ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ‌ତେଣୁ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ୮ଟି ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ ଓ ୧୫ଟି ଟ୍ରେନ୍‌ ବାତିଲ ପାଇଁ ନିଷ୍ପତ୍ତି ହୋଇଛି।

ବାତିଲ ହେଉଥିବା ଟ୍ରେନଗୁଡ଼ିକ ମଧ୍ୟରେ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍‌-ଖଡ଼ଗପୁର ଫାଷ୍ଟ ପାସେଞ୍ଜର ରବିବାର ବ୍ୟତୀତ ଉଭୟ ଦିଗରୁ ଏପ୍ରିଲ ୨୫ରୁ ମେ’ ୮ ପର୍ଯ୍ୟନ୍ତ ବାତିଲ ରହିବ। ସେହିପରି ସନ୍ତ୍ରାଗାଛି-ପୁରୀ-ସନ୍ତ୍ରାଗାଛି ପାସେଞ୍ଜର, ପୁରୀ-ରାଉରକେଲା-ପୁରୀ ପାସେଞ୍ଜର, କଟକ-ଭଦ୍ରକ-କଟକ ପାସେଞ୍ଜର(୫୮୪୨୪/୫୮୪୨୩), କଟକ-ଭଦ୍ରକ-କଟକ ପାସେଞ୍ଜର(୫୮୪୩୬/୫୮୪୩୫), କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର, ତାଳଚେର-ପୁରୀ-ତାଳଚେର ମେମୁ ଉଭୟ ଦିଗରୁ ଏପ୍ରିଲ ୨୫ରୁ ମେ’ ୮ ପର୍ଯ୍ୟନ୍ତ ବାତିଲ ରହିବ। ପୁରୀ-ଦିଘା ଏକ୍ସପ୍ରେସ ପୁରୀଠାରୁ ଏପ୍ରିଲ ୨୭ ଓ ମେ’ ୪, ଦିଘା-ପୁରୀ ଏକ୍ସପ୍ରେସ ଦିଘାଠାରୁ ଏପ୍ରିଲ ୨୮ ଓ ମେ’ ୫, ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ ବିଶାଖାପାଟଣାଠାରୁ ଏପ୍ରିଲ ୨୮ ଓ ମେ’ ୫, ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ ପାରାଦୀପଠାରୁ ମେ’ ୧ ଓ ୮, ପାରାଦୀପ-ସାନ୍ତ୍ରାଗାଛି ଏକ୍ସପ୍ରେସ ପାରାଦୀପଠାରୁ ଏପ୍ରିଲ ୨୯ ଓ ମେ’ ୬, ସାନ୍ତ୍ରାଗାଛି-ପାରାଦୀପ ଏକ୍ସପ୍ରେସ ସାନ୍ତ୍ରାଗାଛିଠାରୁ ଏପ୍ରିଲ ୩୦ ଓ ମେ’ ୭, ବିଶାଖାପାଟଣା-ଦିଘା ଏକ୍ସପ୍ରେସ ବିଶାଖାପାଟଣାଠାରୁ ଏପ୍ରିଲ ୨୫ ଓ ମେ’ ୨, ଦିଘା-ବିଶାଖାପାଟଣା ଏକ୍ସପ୍ରେସ୍‌ ଦିଘାଠାରୁ ଏପ୍ରିଲ ୨୬ ଓ ମେ’ ୩ରେ ବାତିଲ୍‌ ରହିବ।

ମାର୍ଗ ପରିବର୍ତ୍ତିତ ଟ୍ରେନ୍‌ଗୁଡ଼ିକ ମଧ୍ୟରେ ସିଆଲଦା-ପୁରୀ-ସିଆଲଦା ଏକ୍ସପ୍ରେସ ଏପ୍ରିଲ ୨୬ରୁ ମେ’ ୮ ମଧ୍ୟରେ ଉଭୟ ଦିଗରୁ ଓ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଭୁବନେଶ୍ୱରଠାରୁ ମେ’ ୧ ଓ ୮ ଏବଂ ନୂଆଦିଲ୍ଲୀଠାରୁ ମେ’ ୨ରେ କଟକ ମାର୍ଗ ଦେଇ ଯାତ୍ରା କରିବ। ସମ୍ବଲପୁର-ହାୱଡା-ସମ୍ବଲପୁର ଏକ୍ସପ୍ରେସ ଉଭୟ ଢେଙ୍କାନାଳ ଓ ସମ୍ବଲପୁରଠାରୁ ଏପ୍ରିଲ ୨୬ ଓ ମେ’ ୩ ଏବଂ ହାୱଡାଠାରୁ ଏପ୍ରିଲ ୨୭ ଓ ମେ’ ୪ରେ ଢେଙ୍କାନାଳ-ଭଦ୍ରକ ମାର୍ଗ ପରିବର୍ତ୍ତେ ଉଭୟ ଦିଗରେ ଝାରସୁଗୁଡା-ରାଉରକେଲା-ଖଡ଼ଗପୁର ମାର୍ଗରେ ଯାତ୍ରା କରିବ। ଭୁବନେଶ୍ୱର-ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ, ପୁରୀ-ଏଲଟିଟି-ପୁରୀ ଏକ୍ସପ୍ରେସ, ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ, ପୁରୀ-ହାତୀଆ-ପୁରୀ ଏକ୍ସପ୍ରେସ, ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ କଟକ ପରିବର୍ତ୍ତେ ନରାଜ ମାର୍ଗ ଦେଇ ଯାତ୍ରା କରିବ ଓ କଟକ ଷ୍ଟେସନ୍‌ ଯାତ୍ରୀଙ୍କ ପାଇଁ ନରାଜ ଠାରେ ରହଣି କରିବ। ଏହି ସମୟ ମଧ୍ୟରେ ମାର୍ଗ ପରିବର୍ତ୍ତିତ ଟ୍ରେନ୍‌ଗୁଡ଼ିକର ଯାତ୍ରୀଙ୍କ ପାଇଁ କଟକ ଷ୍ଟେସନ୍‌ରେ ଓହ୍ଲାଇବାକୁ ଥିବା ଓ କଟକ ଷ୍ଟେସନ୍‌ରୁ ଟ୍ରେନ୍‌ ଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ କଟକ ଓ ନରାଜ ଷ୍ଟେସନ୍‌ ମଧ୍ୟରେ ଉଭୟ ଦିଗରୁ ମାଗଣା ବସ ସେବା ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର