ଜୟପୁର: ଜୟପୁର ପ୍ରକାଶ ଇଂରାଜୀ ଉଚ୍ଚବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ହାର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ୧୫୦ କିସମର ବିଲୁପ୍ତ ଦେଶୀ ଧାନ, ୫୩ ପ୍ରକାର କିସମର ଦେଶୀ ମାଣ୍ଡିଆ, ୭ କିସମର ବାଜରା ସଂଗ୍ରହ କରି ରଖିଛନ୍ତି।  ପିଲାଟିଦିନରୁ ପାଠ ପଢା  ବାଦେ କିଛି ଅଲୋଗା କରିବା ନିଶାରେ  ହର୍ଷିତାର ବିଭିନ୍ନ  ଦେଶ  ବିଦେଶର ମୁଦ୍ରା, ଡାକଟିକଟ, ଆଦିବାସୀଙ୍କ ଅଳଙ୍କାର, ଦେଶୀ ଧାନ, ଦେଶୀ ମାଣ୍ଡିଆ, ବାଜାରାର ବିଭିନ୍ନ ପ୍ରକାର ଦେଶୀ ବିହନ ସଂଗ୍ରହ  କରି ରଖିଛନ୍ତି। ବିହନ ଓ ଖାଦ୍ୟ ବ୍ୟାଙ୍କ, ଭାରତ ସରକାରଙ୍କ ଅଧିନରେ ବିଜ୍ଞାନ ପ୍ରସାର,  ଅନୁମୋଦିତ ଭିପିନେଟ ଜରିଆରେ,‘‘ ହର୍ଷିତା ପ୍ରିୟଦର୍ଶିନୀ ବିଜ୍ଞାନ କ୍ଲବ’’ ଗଠନ କରି ସାଙ୍ଗ ସାଥୀ, ସ୍ଥାନୀୟ ଅଞ୍ଚଳ ର ଚାଷୀ ଙ୍କୁ ଦେଶୀ ଧାନ, ଦେଶୀ ମାଣ୍ଡିଆ, ଥେଡ ଜନା, କାଙ୍ଗୁ,ସୁଁଆ ର ବ୍ୟାପକ ଚାଷ କରିବା ନିମନ୍ତେ ନିଜର ଶସ୍ୟ ଓ ବିହନ ବ୍ୟାଙ୍କ ଜରିଆରେ ସଂଗ୍ରହିତ ବିହନ ମାଗଣା ରେ ପ୍ରଦାନ କରୁଛନ୍ତି। ସେଭଳି  ପଶୁ, ପକ୍ଷୀ, ଜଙ୍ଗଲ, ନଦୀ, ଫୁଲ, ଗଛ କୁ ନେଇ ଡାକଟିକଟ ସଂଗ୍ରହ କରି ସାଙ୍ଗ ସାଥୀ ଙ୍କୁ  ସଚେତନତା କରୁଛନ୍ତି। ଉକ୍ତ କାର୍ଯ୍ୟକୁ ବିଦ୍ୟାଳୟର ଶିକ୍ଷକ, କୃଷି ବିଜ୍ଞାନୀ ଶଙ୍କର ପଟ୍ଟନାୟକ, ସମାଜସେବୀ ଜଗନ୍ନାଥ ମିଶ୍ର, ପଦ୍ମଶ୍ରୀ କମଳା ପୂଜାରୀ, ପରିବେଶବିତ ପ୍ରଦୀପ କୁମାର ମହାନ୍ତି, ତ୍ରିନାଥ ତରପୁଟିଆ, ସତ୍ୟ ଗଣ୍ଡା, ଓ ବାପା ଓ ନିଜ ଭାଇ ହରିଶ ମହାନ୍ତି ସାହାଯ୍ୟ ସହଯୋଗ କରୁଥିବା କହିଛନ୍ତି ହର୍ଷିତା। ଆଗାମୀ ଦିନରେ ଜଣେ ପରିବେଶବିତ  ରୂପେ  ଜୈବ ବିବିଧତା ଉପରେ କାମ କରିବା ଲକ୍ଷ୍ୟ ରଖିଛନ୍ତି। ସେ ତାଙ୍କ ନିକଟରେ ସାଇତି ରଖଇଥିବା ଧାନ ଗୁଡିକ ମଧ୍ୟରେ କଳାଜିରା, ଚଟିଆ ନାକି, ବାଇଗନ ମଞ୍ଜି, ଉମୁରିଆଚୁଡ଼ି, ଆସାମ ଚୁଡ଼ି, ନଡ଼ିଆ ଭୋଗ, ତୁଳସୀ ଭୋଗ, କଲା ବତି, ରାଧା ଭୋଲଭ, ବାଦସହା, ପଠାଣ ଗୋଡା, ମାଛ କଣ୍ଟା,   ହାତୀ ଦାନ୍ତ, ଯୁଗଳ ବନ୍ଦୀ, ବର୍ମା ରାଇସ, ସିକ୍ଳଲା କୋଲି, ସିତା ଭୋଗ, ଓଷା ବାଲି, ମହୁଲ କୁଞ୍ଚି, ଗାଟିଆ, କୁଜି, ସିନ୍ଧି କୋଲି, ଗୋଲକିମୋଛି, ଲ କଟିମୋଚି, ଲାଡନି, ଦୁବରାଜ, ହଳଦି ଗଣ୍ଠି, କାଟରା, କସ୍ତୁରି ସହ ଅନ୍ୟାନ୍ୟ ବିଲୁପ୍ତ ଧାନ ରଖିଥିବା କହିଛନ୍ତି।

Advertisment

publive-image

ସେଭଳି ମାଣ୍ଡିଆରେ  ବଡ଼ ମାଣ୍ଡିଆ, ସାନ ମାଣ୍ଡିଆ, ଧଳା ମାଣ୍ଡିଆ, ଜାମ ମାଣ୍ଡିଆ, ଭାଲୁ ମାଣ୍ଡିଆ, ତେଜା ମାଣ୍ଡିଆ, ତେଲେଙ୍ଗା ମାଣ୍ଡିଆ, ବୋରା ମାଣ୍ଡିଆ, ୮୦  ଟି ଦେଶ ଓ ଆମ ଦେଶର  ୨୦୦୦ ରୁ ଉର୍ଦ୍ଧ ପୁରାତନ ଓ ନୂତନ ମୁଦ୍ରା, ୩୦ ଦେଶର ଡାକ ଟିକଟ ସଂଗ୍ରହ କରି ରଖିଛନ୍ତି ହର୍ଷିତା।  ଏହାରି ମଧ୍ୟରେ ହର୍ଷିତା ପ୍ରିୟଦର୍ଶିନୀ ବିହନ ଓ ଶସ୍ୟ ବ୍ୟାଙ୍କ ତରଫରୁ ୨୦ଜଣ  ଚାଷୀ ଙ୍କୁ ଦେଶୀ ଧାନ, ମାଣ୍ଡିଆ , ଥେଡଜନା, ବିହନ ମାଗଣା ଦେଇଥିବା କହିଛନ୍ତି। ନିଜ ବାପା ଓ ମା, ଭାଇର ପ୍ରତ୍ୟକ୍ଷ ସହଯୋଗରେ ସେ ଏସବୁ ସଂଗ୍ରହ କରି ରଖିଥିବା କହିଛନ୍ତି।