୧୫୦ତମ ଗାନ୍ଧୀ ଜୟନ୍ତୀ ପାଇଁ କ˚ଗ୍ରେସର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଉତ୍ସବକୁ ମହାସମାରୋହରେ ପାଳନ କରିବା ପାଇଁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଜିଲ୍ଲା କ˚ଗ୍ରେସ କମିଟିର ଏକ ପ୍ରସ୍ତୁତି ବୈଠକ କ˚ଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା କ˚ଗ୍ରେସ କମିଟି ସଭାପତି ମାନସ ଚୌଧୁରୀ କହିଲେ, ଏହି ୧୫୦ତମ ଜୟନ୍ତୀ ଉତ୍ସବକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ। ସ୍ୱଚ୍ଛ ପରିମଳ ପରିମଳ ନିମେନ୍ତ ବସ୍ତି ସଫେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି। ଭୁବନେଶ୍ୱର ସହର ଭିତରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ରାମଧୁନ୍‌ ଗାନ କରାଯାଇ ସାଧାରଣ ଲୋକଙ୍କୁ ଗାନ୍ଧୀଦର୍ଶନ ସ˚ପର୍କରେ ସଚେତନ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନେତୃବୃନ୍ଦ, ଯୁବ କ˚ଗ୍ରେସ, ଛାତ୍ର କ˚ଗ୍ରେସ, ମହିଳା କ˚ଗ୍ରେସ ଓ ସେବାଦଳର କର୍ମକର୍ତା ଓ କର୍ମୀମାନେ ସହଯୋଗ କରିବାକୁ ଶ୍ରୀ ଚୌଧୁରୀ ନିବେଦନ କରିଥିଲେ। ଜିଲ୍ଲା କ˚ଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ଉପସଭାପତି ଦେବାଶିଷ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବିଶ୍ୱଜିତ୍‌ ଦାସ, ସୁମିତ୍ରା ଜେନା, ବିସ୍ମୟ ମହାପାତ୍ର, ମିତ୍ରଭାନୁ ମହାପାତ୍ର, ଅଶୋକ ଦାସ, ଆଶିଷ ମଲ୍ଲିକ, ମୋହନ ଜେନା, ଦୁର୍ଗାମାଧବ ମହଲା, ଯୋଗେନ୍ଦ୍ର ନାୟକ, ଲିଲି ସ୍ବାଇଁ, ମନୋର˚ଜନ ବଟୁ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଓ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର