ରାଜ୍ୟରେ ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ୧୫୨୦

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୧୫୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୮୨ ହଜାର ୭୩ ରେ ପହଞ୍ଚିଛି ।  

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୧୫୨୦ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୮୫, ମୟୁରଭଞ୍ଜରୁ ୧୧୩, କଟକ ଜିଲ୍ଲାରୁ ୧୦୨ ଜଣ, ଜଗତସିଂହପୁରରୁ ୯୪, ଅନୁଗୁଳରୁ ୮୯, ନୂଆପଡ଼ାରୁ ୭୦,ଝାରସୁଗୁଡ଼ାରୁ ୬୮ ଅନ୍ୟତମ ।

 

 

ସେହିପରି ସୁନ୍ଦରଗଡ଼ରୁ ୬୫, ବଲାଙ୍ଗୀରରୁ ୬୩, କେନ୍ଦ୍ରାପଡ଼ାରୁ ୫୩, ବାଲେଶ୍ବରରୁ ୫୦, ଯାଜପୁରରୁ ୪୮,ବରଗଡ଼ରୁ ୪୬, ପୁରୀରୁ ୪୫, ଗଞ୍ଜାମରୁ ୩୬, କେନ୍ଦୁଝରରୁ ୩୦, ସମ୍ବଲପୁରରୁ ୨୭, ଭଦ୍ରକରୁ ୨୬, ଢେଙ୍କାନାଳ ଓ ସୋନପୁରରୁ ୨୫ ଲେଖାଏଁ, କଳାହାଣ୍ଡି ଓ କୋରାପୁଟରୁ ୨୪ ଲେଖାଏଁ, ବୌଦ୍ଧରୁ ୧୭,ନବରଙ୍ଗପୁର ଓ ନୟାଗଡ଼ରୁ ୧୬ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର