କରୋନାରୁ ସୁସ୍ଥ ହେଲେ ୧୫୩ ଜଣ ଆକ୍ରାନ୍ତ, କଟକ ଜିଲ୍ଲାରୁ ସର୍ବାଧିକ ୪୩ ଜଣ ସୁସ୍ଥ

ଭୁବନେଶ୍ୱର: ଚୀନର ଉହାନ ସହରରୁ ବ୍ୟାପିଥିବା ମାରାତ୍ମକ କରେନା ଭାଇରସରେ ଆଜି ରାଜ୍ୟର ୧୬ଟି ଜିଲ୍ଲାରୁ ୧୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁର ଜିଲ୍ଲାରୁ ୨୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୮ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ, ଭଦ୍ରକ ଜିଲ୍ଲାରୁ ୧୧ ଜଣ, ଗଜପତି ଜିଲ୍ଲାରୁ ୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, ବାଲେଶ୍ୱର, ଦେବଗଡ଼, ଗଂଜାମ, ମୟୂରଭଂଜ, ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗୀର, ଝାରସୁଗୁଡ଼ା ନୟାଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କୋରାପୁଟରୁ ଜଣେ ବ୍ୟକ୍ତି କରୋନାରୁ ଭଲ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩ ହଜାର ୨୦୦ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୧୬ ହଜାର ୬୦୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି ପର୍ଯ୍ୟନ୍ତ ମୋଟ ୪୬୭୭ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର