ଭୁବନେଶ୍ବର : ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ସଂଖା ବଢ଼ିବାରେ ଲାଗିଛି। ଗତ ୨ଦିନରେ ଏହି ସଂଖ୍ୟା ୧୫୩୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଆସନ୍ତାକାଲି ରବିବାର ସତ୍ବେ ୬୬ ଅଧିବେଶରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ୫୭, ସୁନ୍ଦରଗଡ଼ ୪, ରାୟଗଡ଼ା ୩ ଓ ଗଞ୍ଜାମର ୨ଟି ଅଧିବେଶନ ଅନୁଷ୍ଠିତ ହେବ। ଆଜି ରାଜ୍ୟରେ ସମୁଦାୟ ୫୯୩ ଟିକାକରଣ ଅଧିବେଶନରେ ୧ଲକ୍ଷ ୧୨ହଜାର ୩୩୦ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୨୮,୩୭୩ ପ୍ରଥମ, ୧୪,୮୫୫ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୧୦,୪୧୭ଜଣ ପ୍ରଥମ ଓ ୫୭,୪୮୦ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୪୦ଲକ୍ଷ ୪୩ହଜାର ୭୦୮ ଡୋଜ୍ ଟିକା ଦିଆଗଲାଣି। ଏଥିରେ ୧୮-୪୪ବର୍ଗର ୨୦ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୫୪ ପ୍ରତିଶତ ପ୍ରଥମ ଡୋଜ୍ ନେଇ ସାରିଲେଣି।
ଟିକା ନେଲେଣି ୧୫୩୯ ଗର୍ଭବତୀ, ଆଜି ୬୬ ଅଧିବେଶନରେ ଟିକାକରଣ
/sambad/media/post_attachments/wp-content/uploads/2021/06/vaccine-aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)