ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ରିପୋର୍ଟ ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ୫ଟି ବ୍ଲକର ୩୯ଟି ପଞ୍ଚାୟତର ୧୫୮ଗାଁ ମରୁଡ଼ି ପ୍ରପୀଡିତ ତାଲିକାରେ ରହିଛି। ସେହିଭଳି କେସିଙ୍ଗା ଏନ୍ଏସିର ୩ଟି ଓ୍ଵାର୍ଡ ବି ଏହି ତାଲିକାରେ ରହିଛି। ଜିଲ୍ଲାର ବହୁ ଗାଁ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ମରୁଡ଼ି ଘୋଷଣା ହୋଇଥିବା ତାଲିକାରେ ସାମିଲ ନହେବା ନେଇ ଚାଷୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଭବାନୀପାଟଣା ସଦରବ୍ଲକ ଡୁମରିଆ ପଞ୍ଚାୟତର ବରଫା, ଗଣ୍ଡବସା, ସାଲେଗାଁ, ରଜନାପୁର, ସିକୁଆଁ, ମସିଗାଁ ଗ୍ରାମ ମରୁଡି ତାଲିକାରେ ରହିଛି। ସେହିଭଳି ସଦର ବ୍ଲକର ମାଦିଗୁଡ଼ା, ବୋର୍ଡା, ଅର୍ତଲ, ଗୁରଜୁଂଗ, ମାଟିଆ, ପାଲସିଝରଣ ଆଦି ୭ଟି ପଞ୍ଚାୟତର ୩୧ଟି ଗାଁ ମରୁଡି ପ୍ରଭାବିତ ହୋଇଛି। କେସିଙ୍ଗା ବ୍ଲକର କୁଣ୍ଡାବନ୍ଧ, କିକିଆ, ଉତ୍କେଲା, ପଥର୍ଲା, ବୋରିଆ, କଶୃପଡ଼ା, କନ୍ତେସିର ଆଦି ୧୨ଟି ପଞ୍ଚାୟତର ୪୪ଟି ଗାଁ ମରୁଡ଼ି ପ୍ରଭାବିତ ହୋଇଛି। କେସିଙ୍ଗା ଏନଏସିର ବଗାଡ, ବୋରିଙ୍ଗପଦର, କେସିଙ୍ଗା ସମେତ ୩ଟି ଓ୍ଵାର୍ଡ ମରୁଡ଼ି ପ୍ରଭାବିତ ହୋଇଛି। କର୍ଲାମୁଣ୍ଡା ବ୍ଲକ ପୌରକେଲା, ଗଜବାହାଲ, ବୋରପଦର, ରାଜପୁର, ତେରେସିଙ୍ଘା ଆଦି ସମେତ ୫ଟି ପଞ୍ଚାୟତର ୧୮ଟି ଗାଁ ମରୁଡି ପ୍ରଭାବିତ ହୋଇଛି।
ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା, ମହାଲିଙ୍ଗ, ବୋର୍ଡି, କୁହୁରା, ଲେତେର ଆଦି ୬ଟି ପଞ୍ଚାୟତର ୧୭ଟିଗାଁ ମରୁଡି ପ୍ରଭାବିତ ହୋଇଛି। ମଦନପୁର ରାମପୁର ବ୍ଲକ ଗୋଛାଡେଙ୍ଗନେ, ମଦନପୁର, ମାଣିକେରା, ଡମକର୍ଲାଖୁଣ୍ଟା, ଦେଡସୁଲି, ସିଙ୍ଗପୁର, ମୋହନଗିରି ଆଦି ୮ଟି ପଞ୍ଚାୟତର ୪୫ଟିଗାଁ ମରୁଡି ପ୍ରଭାବିତ ହୋଇଛି। ଜିଲ୍ଲାରେ ଏହି ୫ଟି ବ୍ଲକରେ ୧୭୧୫୧ ହେକ୍ଟର ଜମିରେ ଚାଷ ହୋଇଥିଲା। ୪୮୩ ହେକ୍ଟର ଜମିରେ ଆଦୌ ଚାଷ କରାଯାଇ ନାହିଁ। ସେଥି ମଧ୍ୟରୁ ୪୮୯୨ ହେକ୍ଟର ଜମିର ଧାନ ଚାଷ ମଧ୍ୟରୁ ୨୭୭୨ ହେକ୍ଟର ଜମି ଶତକଡା ୩୩ ପ୍ରତିଶତ ରୁ ୫୦ ପ୍ରତିଶତ ମଧ୍ୟରେ କ୍ଷତି ହୋଇଛି। ସେହିଭଳି ଶତକଡା ୫୦ ଭାଗରୁ ଅଧିକ ୧୫୧୦ ହେକ୍ଟର ଜମିରେ ଧାନଚାଷ ନଷ୍ଟ ହୋଇଛି। କଳାହାଣ୍ଡି ଜିଲ୍ଲାରେ ବହୁ ଗାଁରେ ମରୁଡି ପରିସ୍ଥିତି ଥାଇ ମଧ୍ୟ ରିପୋର୍ଟ ତାଲିକାରେ ପ୍ରକାଶ ନ ପାଇବା ନେଇ ଚାଷୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଛାଡ଼ି ହୋଇଥିବା ବ୍ଲକ ମାନଙ୍କୁ ଆଉଥରେ ସର୍ଭେ କରାଯାଇ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିବାକୁ ଦାବି ହୋଇଛି।
କଳାହାଣ୍ଡି ଜିଲ୍ଲାର ୧୫୮ ଗାଁ ମରୁଡ଼ି ପ୍ରପୀଡ଼ିତ
କେସିଙ୍ଗା ଏନ୍ଏସିର ୩ ଓ୍ଵାର୍ଡ ବି ତାଲିକାରେ
/sambad/media/post_attachments/wp-content/uploads/2017/10/dry-chennel-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)