ଭଞ୍ଜନଗର ଉପଖଣ୍ଡରେ ବନ୍ଦ ହେବ ୧୫୯ଟି ସ୍କୁଲ

ଭଞ୍ଜନଗର : ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ୨୦ ଜଣରୁ କମ୍ ଛାତ୍ରଛାତ୍ରୀ ପାଠ ପଢୁଥିବା ସ୍କୁଲକୁ ବନ୍ଦ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ଭଞ୍ଜନଗର ଉପଖଣ୍ଡର ୮ ଗୋଟି ବ୍ଳକ୍‌ର ୧୫୯ ଗୋଟି ସ୍କୁଲ ରହିଥିବା ଜଣାପଡିଛି। ରାଜ୍ୟ ସରକାର ପୂର୍ବରୁ ୧୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି ନିକଟସ୍ଥ ସ୍କୁଲରେ ମିଶାଇଥିଲେ। ବର୍ତ୍ତମାନ ମଧ୍ୟ ୨୦ରୁ କମ୍ ଛାତ୍ରୀଛାତ୍ରୀ ପଢୁଥିବା ସ୍କୁଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏସଂକ୍ରାନ୍ତରେ ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାର ସମସ୍ତ ଶିକ୍ଷା ବିଭାଗ ଅଧିକାରୀଙ୍କୁ ରିପୋର୍ଟ ମାଗିଥିବା ବେଳେ ଗତମାସରେ ୨୦ରୁ କମ୍ ଛାତ୍ରଛାତ୍ରୀ ପାଠ ପଢୁଥିବା ଓ ନିକଟସ୍ଥ ସ୍କୁଲ ଗୁଡିକର ଏକ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଏଥିସହ ଏକ କିମି ଦୂରତାରେ ଥିବା ସ୍କୁଲରେ ୨୫ରୁ ୪୦ ଜଣ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକୁ ମଧ୍ୟ ନିକଟସ୍ଥ ସ୍କୁଲରେ ସାମିଲ କରିବା ପାଇଁ ନୋଟିସରେ ସ୍କୁଲର ନାମ ପ୍ରକାଶ କରାଯାଇଛି। ସେହି ପ୍ରସ୍ତାବକୁ ଭିତ୍ତି କରି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଗୁଡ଼ିକ ବନ୍ଦ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।

India TV News

ଏହି ପରିପ୍ରେକ୍ଷିରେ ଜିଲ୍ଲାରେ ୪୩୩ଟି ସ୍କୁଲ ବନ୍ଦ ହେବାକୁ ଥିବା ବେଳେ ଏଥିରେ ଭଞ୍ଜନଗର ଉପଖଣ୍ଡର ୧୫୯ଟି ସ୍କୁଲ ବନ୍ଦ ହେବ ବୋଲି ଜଣାପଡିଛି। ସେଥିମଧ୍ୟରୁ ଭଞ୍ଜନଗର ବ୍ଳକ୍‌ର ସର୍ବାଧିକ ୪୧ ଟି ସ୍କୁଲ ବନ୍ଦ ହେବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୨୬ଟି ସ୍କୁଲ ଏବଂ ୨୫ରୁ ୪୦ ଛାତ୍ରଛାତ୍ରୀ ରହିଥିବା ୧୫ ଗୋଟି ସ୍କୁଲ ବନ୍ଦ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସେହିପରି ଆସିକାର ବନ୍ଦ ହେବାକୁ ଥିବା ୧୬ଟି ସ୍କୁଲରୁ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୧୨ଟି ସ୍କୁଲ ଏବଂ ୨୫ରୁ ୪୦ ଛାତ୍ରଛାତ୍ରୀ ରହିଥିବା ୪ଟି ସ୍କୁଲ, ବେଲଗୁଣ୍ଠାର ବନ୍ଦ ହେବାକୁ ଥିବା ୨୨ଟି ସ୍କୁଲରୁ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୧୪ଟି ସ୍କୁଲ ଏବଂ ୨୫ରୁ ୪୦ ଛାତ୍ରଛାତ୍ରୀ ରହିଥିବା ୮ ଗୋଟି ସ୍କୁଲ, ବୁଗୁଡ଼ାର ବନ୍ଦ ହେବାକୁ ଥିବା ୧୫ ଗୋଟି ସ୍କୁଲରୁ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୮ଟି ସ୍କୁଲ ଏବଂ ୨୫ରୁ ୪୦ ଛାତ୍ରଛାତ୍ରୀ ରହିଥିବା ୭ଟି ସ୍କୁଲ, ଧରାକୋଟର ବନ୍ଦ ହେବାକୁ ଥିବା ୨୨ ଟି ସ୍କୁଲରୁ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୧୧ଟି ସ୍କୁଲ ଏବଂ ୨୫ରୁ ୪୦ ଛାତ୍ରଛାତ୍ରୀ ରହିଥିବା ୧୧ ଟି ସ୍କୁଲ, ଶେରଗଡ଼ର ବନ୍ଦ ହୋକୁ ଥିବା ୧୦ଟି ସ୍କୁଲରୁ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୬ ଟି ସ୍କୁଲ ଏବଂ ୨୫ରୁ ୪୦ ଛାତ୍ରଛାତ୍ରୀ ରହିଥିବା ୪ଟି ସ୍କୁଲ ସୋରଡ଼ାରେ ବନ୍ଦ ହେବାକୁ ଥିବା ୫ଟି ସ୍କୁଲରୁ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୩ଟି ସ୍କୁଲ ଏବଂ ୨୫ରୁ ୪୦ ଛାତ୍ରଛାତ୍ରୀ ରହିଥିବା ୨ଟି ସ୍କୁଲ ଏବଂ ଜଗନ୍ନାଥପ୍ରସାଦର ବନ୍ଦ ହେବାକୁ ଥିବା ୨୭ଟି ସ୍କୁଲ ମଧ୍ୟରୁ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୨୨ଟି ସ୍କୁଲ ଏବଂ ୨୫ରୁ ୪୦ ଛାତ୍ରଛାତ୍ରୀ ରହିଥିବା ୫ ଗୋଟି ସ୍କୁଲ ବନ୍ଦ ହେବ ବୋଲି ଜଣାପଡ଼ିଛି।

ଏଥିସହ ଆସିକା ଓ ଶେରଗଡ ବ୍ଳକ୍‌ରେ ଗୋଟିଏ ଲେଖାଏଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ ବୋଲି ଜଣାପଡ଼ିଛି। ସ୍କୁଲ ଗୁଡିକ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେବା ପରେ ବନ୍ଦ ହୋଇଥିବା ସ୍କୁଲର ଛାତ୍ରଛାତ୍ରୀମାନେ ମିଶ୍ରଣ ହୋଇଥିବା ନିକଟସ୍ଥ ସ୍କୁଲକୁ କିଭଳି ଯିବେ ଏବଂ ଉପାନ୍ତ ଅଞ୍ଚଳ ଗୁଡିକରେ ସ୍କୁଲ ଗୁଡିକ ବନ୍ଦ ହେବା ଫଳରେ ସେହି ଛାତ୍ରଛାତ୍ରୀ ମାନଙ୍କୁ ନିକଟସ୍ଥ ସ୍କୁଲକୁ ଆଣିବାରେ କେତେ ଦୂର ସକ୍ଷମ ହେବେ? ଏଥିସହ ବର୍ତ୍ତମାନ କରୋନା ପାଇଁ ସ୍କୁଲ ଗୁଡିକ ବନ୍ଦ ରହିଥିବା ବେଳେ ଆଗାମୀ ଦିନରେ ପ୍ରାଥମିକ ଶିକ୍ଷା ତୃଣମୂଳ ସ୍ତରରେ କିଭଳି ମଜଭୂତ ହେବ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର