ଆଜି ସର୍ବାଧିକ ୧୫୯୪ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୧୫୯୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୧୦୬୭ ଓ ସ୍ଥାନୀୟ ଅଞ୍ଚଳରୁ ୫୨୭ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩୨ , ଖୋର୍ଦ୍ଧାରୁ ୩୨୦, କଟକରୁ ୧୩୬, ଭଦ୍ରକରୁ ୬୦, ସୁନ୍ଦରଗଡ଼ରୁ ୫୬ , ବୌଦ୍ଧରୁ ୪୧, କୋରାପୁଟ ଜିଲ୍ଲାରୁ ୩୩, ମୟୂରଭଞ୍ଜରୁ ୩୨, ପୁରୀ ଜିଲ୍ଲାରୁ ୩୦, ବାଲେଶ୍ବର ଜିଲ୍ଲାରୁ ୨୨, କେନ୍ଦୁଝର ଜିଲ୍ଲାରୁ ୨୦, କନ୍ଧମାଳ ଜିଲ୍ଲାରୁ ୧୭ , ସମ୍ବଲପୁର ଜିଲ୍ଲାରୁ ୧୩, ଅନୁଗୁଳ ଓ ନୟାଗଡ଼ରୁ ୧୦ ଜଣ ଲେଖାଏଁ , କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୯ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରୁ ୮ ଜଣ ଲେଖାଏଁ, କଳାହାଣ୍ଡି ଓ ନୂଆପଡ଼ାରୁ ଜଣେ ଲେଖାଏଁ, ଗଜପତି, ଜଗତସିଂହପୁର ଓ ନବରଙ୍ଗପୁରରୁ ୩ ଜଣ ଲେଖାଏଁ, ଯାଜପୁରରୁ ୫, ଢେଙ୍କାନାଳରୁ ୨, ସୁବର୍ଣ୍ଣପୁରରୁ ୪, ବଲାଙ୍ଗୀରରୁ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୪,୩୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୪୮ ରହିଛି।

ସମ୍ବନ୍ଧିତ ଖବର