୫ ଦିନିଆ ଓଡ଼ିଶା ଗସ୍ତରେ ପହଂଚିଲେ ପଂଚଦଶ ଅର୍ଥ କମିସନ ଅଧ୍ୟକ୍ଷ

ଭୁବନେଶ୍ୱର: ପଂଚଦଶ ଅର୍ଥ କମିସନର ଅଧ୍ୟକ୍ଷ ନନ୍ଦ କିଶୋର ସିଂହ ୫ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ଏହି ଗସ୍ତକାଳରେ ସେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥି ସହିତ ଅର୍ଥ କମିସନ ଅନେକ ଗୁଡ଼ିଏ ସ୍ଥାନ ପରିଦର୍ଶନ କରି ସେଠାରେ ପରିଚାଳିତ ହେଉଥିବା ଯୋଜନା ଉପରେ ସମୀକ୍ଷା କରିବେ।

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୋମବାର ପଂଚଦଶ ଅର୍ଥ କମିସନର ଅଧ୍ୟକ୍ଷ ନନ୍ଦକିଶୋର ସିଂହ ପହଂଚିବା ପରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ସିଂହ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଭାରତର ଅର୍ଥନୀତିରେ ଓଡ଼ିଶା ପଛରେ ରହିଛି। ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଭିନ୍ନ ଦଳର ନେତା ଓ ଚାମ୍ବର ଅଫ କର୍ମସଙ୍କ ସଦସ୍ୟଙ୍କ ସହିତ ଆଲୋଚନା କରିବି। ଆଲୋଚନା ପରେ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ସମୀକ୍ଷା ହେବ।

ଅର୍ଥ କମିସନର ଅଧ୍ୟକ୍ଷ ନନ୍ଦକିଶୋର ସିଂହଙ୍କ ସ୍ଥାନୀୟ ମେ ଫେୟାର ହୋଟେଲ ଠାରେ ଜାନୁଆରି ୮ (ମଙ୍ଗଳବାର) ଓ ଜାନୁଆରି ୯ (ବୁଧବାର) କାର୍ଯ୍ୟକ୍ରମ ରହିଛି। ଜାନୁଆରି ୯ ଅପରାହ୍ନରେ ଶ୍ରୀ ସିଂହ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର