ସୋର: ଅସହ୍ୟ ଗୁଳୁଗୁଳି ଓ ଗରମ ପାଇଁ ଏବେ ସାପଗୁଡ଼ିକ ଗାତରୁ ବାହାରି ବୁଲୁଛନ୍ତି। ଏମିତି କି ଘର ଭିତରକୁ ପଶି ଆସୁଛନ୍ତି। ଏଥିପାଇଁ ବଢ଼ୁଛି ସାପ କାମୁଡ଼ା ଘଟଣା। ଆଜି ଗୋଟିଏ ଦିନରେ ସୋର ବ୍ଲକ୍‌ର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୧୬ ଜଣ ସାପ କାମୁଡ଼ାର ଶିକାର ହୋଇଛନ୍ତି। ଆଜି ସନ୍ଧ୍ୟାରେ ସୋର୍‌ ବ୍ଲକ୍‌ ଜଡ଼ିଦା ପଞ୍ଚ‌ାୟତ ରୁଷ ଅଠର ଗ୍ରାମର ଦିବ୍ୟରଞ୍ଜନ କମିଳାଙ୍କ ୬ ମାସର ଶିଶୁପୁତ୍ର ଶୁଭମ ମାମୁଘର ସୋର ବ୍ଲକ୍‌ କେଦାରପୁର ଗ୍ରାମକୁ ଆସିଥିଲା। ସନ୍ଧ୍ୟାରେ ସେ ଶୋଇଥିବା ବେଳେ ଏକ ସାପ କାମୁଡ଼ି ଦେଇଥିଲା।

Advertisment

ପରିବାର ଲୋକ ଶୁଭମଙ୍କୁ ତୁରନ୍ତ ସୋର ଡାକ୍ତରଖାନା ନେଇଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ନଟାପଡ଼ା, ଖଣ୍ଡାସାହି, କମରପୁର, ନଦୀଗାଁ, ମଙ୍ଗଳପୁର, ରୁଷ ଗ୍ରାମର ଲକ୍ଷ୍ମୀ ମହାଳିକ, ମିତା ଦାସ, ପ୍ରଭାକର ସାହୁଙ୍କ ସମେତ ୧୬ ଜଣ ପୁରୁଷ ଓ ମହିଳା ସ‌ାପକାମୁଡ଼ାର ଶିକାର ହୋଇଛନ୍ତି। ଦିନରେ ୧୦ ଜଣଙ୍କୁ ସାପ କାମୁଡ଼ିଥିବା ବେଳେ ସନ୍ଧ୍ୟାରେ ୫ଟି ସାପ କାମୁଡ଼ା ଖବର ଆସିଥିଲା।