ଭୁବନେଶ୍ବର : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ୧୬ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ସେମାନେ ହେଲେ ବାଲେଶ୍ବର ଜିଲ୍ଲାର ରଘୁନାଥ ମହାନ୍ତି, ଅନୁଗୁଳ ଜିଲ୍ଲାର ରବି ପାଣି, ଭଦ୍ରକ ଜିଲ୍ଲାର ଅର୍ଜୁନ ଚରଣ ସେଠୀ, ଅଭମନ୍ୟୁ ସେଠୀ, ନୟାଗଡ଼ ଜିଲ୍ଲାର ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ଗଜପତି ଜିଲ୍ଲାର କେ.ନାରୟଣ ରାଓ, ନୟାଗଡ଼ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ନାୟକ, ଗଜପତି ଜିଲ୍ଲାର ସୁଶ୍ରୀ ବାସନ୍ତୀ ମଲ୍ଲିକ, ଗଞ୍ଜାମ ଜିଲ୍ଲାର ନିରଞ୍ଜନ ପ୍ରଧାନ, ନୟାଗଡ଼ ଜିଲ୍ଲାର କାଶୀନାଥ ମଲ୍ଲିକ, ଗଞ୍ଜାମ ଜିଲ୍ଲାର ଦେବରାଜ ମହାନ୍ତି, ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ବାବୁ ସିଂହ, ମୟୁରଭଞ୍ଜ ଜିଲ୍ଲାର ଲକ୍ଷ୍ଣଣ ଟୁଡୁ, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୁରୀ ଜିଲ୍ଲାର ଜୟନ୍ତ ଷଡ଼ଙ୍ଗୀ ଓ ସୁନ୍ଦରଗଡ଼ ଜିଲ୍ଲାର କୁସୁମ ଟେଟେଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।
୧୬ଜଣ ନେତା ବିଜେଡିରୁ ବହିଷ୍କୃତ
/sambad/media/post_attachments/wp-content/uploads/2019/04/BJD-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)