କଟକ : ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ଡିଏସ୍‌ପି(ଓପିଏସ୍‌ ଅଧିକାରୀ) ସ୍ତରରେ ଅଦଳ ବଦଳ କରାଯାଇଛି। ଏଥି ସହିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍‌ ଏକାଡେମିରୁ ଉତ୍ତୀର୍ଣ୍ଣ ହୋଇଥିବା ୧୬ଜଣ କ୍ୟାଡେଟ ଡିଏସ୍‌ପିଙ୍କୁ ବିଭିନ୍ନ ସ୍ଥାନରେ ଏସ୍‌ଡିପିଓ, ଡିଏସ୍‌ପି, ଏସିପି ଭାବେ ନିଯୁକ୍ତି ମିଳିଛି। ଏହା ବାଦ୍‌ ନୟାଗଡ଼ ଇନ୍ସପେକ୍ଟର ନିର˚ଜନ କୁମାର ଧୀରଙ୍କୁ ପଦୋନ୍ନତି ଦିଆଯାଇ ବ୍ରହ୍ମପୁର ପିସିଆର‌୍‌ ସେଲ୍‌ ଡିଏସ୍‌ପି କରାଯାଇଛି।

Advertisment

ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ଅନୁଯାୟୀ ଚିନ୍ମୟ କୁମାର ନାୟକ ଯାଜପୁର ଏସ୍‌ଡିପିଓ, ସସ୍ମିତା ସାହୁ ଭୁବନେଶ୍ବର ଇଓଡବ୍ଲୁ ଡିଏସ୍‌ପି, ଗୌତମ କିଷାନ ଛତ୍ରପୁର ଏସ୍‌ଡିପିଓ, ମାନସ ର˚ଜନ ବାରିକ ବାଲିଗୁଡ଼ା ଏସ୍‌ଡିପିଓ, ନିବେଦିତା ସୋରେନ୍‌ ବୀରମିତ୍ରପୁର ଏସ୍‌ଡିପିଓ, ପ୍ରଦୀପ କୁମାର ଦଳାଇ ନିମାପଡ଼ା ଏସ୍‌ଡିପିଓ, ହେମନ୍ତ କୁମାର ପଣ୍ତା ପୁରୀ ଡିଆଇବି ଡିଏସ୍‌ପି, ସୁଦର୍ଶନ ଦାଶ ଗୁଇନ୍ଦା ସ୍ପେଶାଲ ବ୍ରାଞ୍ଚର ଭାରପ୍ରାପ୍ତ ଡିଏସ୍‌ପି, ରଞ୍ଜିତ କୁମାର ପୃଷ୍ଟି ଜଗତସି˚ହପୁର ଭାରପ୍ରାପ୍ତ ଏସ୍‌ଡିପିଓ, ସୁଦାମ ଚନ୍ଦ୍ର ସାହୁ ବାଲେଶ୍ବର ଡିଆଇବି ଡିଏସ୍‌ପି, ଅମୂଲ୍ୟ କୁମାର ଧର ନୀଳଗିରି ଏସ୍‌ଡିପିଓ, ମନୋଜ କୁମାର ରାଉତ ବାଲେଶ୍ବର ସହର ଭାରପ୍ରାପ୍ତ ଡିଏସ୍‌ପି, ସୁରେଶ କୁମାର ଦାସ ବାଲୁଗାଁ ଏସ୍‌ଡିପିଓ, ଉତ୍କଳ କେଶରୀ ଦାସ ଗଞ୍ଜାମ ପିସିଆର‌୍‌ ସେଲ୍‌ ଡିଏସ୍‌ପି, ନିମାଇଁ ସେଠୀ ସାଲେପୁର ଏସ୍‌ଡିପିଓ, ଦିଲ୍ଲୀପ ଚନ୍ଦ୍ର ବାଗ୍‌ କେନ୍ଦୁଝର ଆଇୟୁସିଏଡବ୍ଲୁ ଡିଏସ୍‌ପି, ସ୍ବପ୍ନର˚ଜନ ମହାପାତ୍ର ଜଗତସି˚ହପୁର ମୁଖ୍ୟାଳୟ ଡିଏସ୍‌ପି, ଭବାନୀ ଚରଣ ଉଦ୍‌ଗାତା ଆଠମଲ୍ଲିକ ଏସ୍‌ଡିପିଓ, ତପନ କୁମାର ମହାନ୍ତି ସମ୍ବଲପୁର ସଦର ଏସ୍‌ଡିପିଓ, ସୁନୀଲ କୁମାର ନନ୍ଦ ଭଦ୍ରକ ଏସ୍‌ଡିପିଓ, ଜଳନ୍ଧର ଜାଲି ବସ୍ତା ଏସ୍‌ଡିପିଓ, ସୁନୀଲକାନ୍ତ ମହାନ୍ତି ଖୋର୍ଦ୍ଧା ମୁଖ୍ୟାଳୟ ଡିଏସ୍‌ପି, ବଳଭଦ୍ର ଦୀପ କୋରାପୁଟ ସଦର ଏସ୍‌ଡିପିଓ, ତପନ କୁମାର ମହାନନ୍ଦ କୋରାପୁଟ ଆଇଏଏଚ୍‌ଟିୟୁ ଡିଏସ୍‌ପି, ଧୀରେନ୍ଦ୍ର କୁମାର ସ୍ବାଇଁ ନନ୍ଦପୁର ଏସ୍‌ଡିପିଓ, କେଦାରନାଥ ସାହୁ ଉଦଳା ଏସ୍‌ଡିପିଓ, ଆଲ୍‌ବିନସ କେର୍କେଟା କନ୍ଧମାଳ ମୁଖ୍ୟାଳୟ ଡିଏସ୍‌ପି, ପ୍ରକାଶ ଚନ୍ଦ୍ର ଜେନା ପାରଳାଖେମୁଣ୍ତି ଏସ୍‌ଡିପିଓ, ଶ୍ରୀନିବାସ ମହାନ୍ତି କଟକ ପିସିଆର‌୍‌ ସେଲ୍‌ ଭାରପ୍ରାପ୍ତ ଡିଏସ୍‌ପି, ବିଶ୍ବପ୍ରକାଶ ପଟ୍ଟନାୟକ ଖଣ୍ତପଡ଼ା ଭାରପ୍ରାପ୍ତ ଏସ୍‌ଡିପିଓ, ପ୍ରକାଶ ଚନ୍ଦ୍ର ପାଲ କମିସନରେଟ ପୁଲିସ୍‌ ଏସିପି, ରଜତ କୁମାର ରାଏ କମିସନରେଟ ପୁଲିସ୍‌ ଏସିପି, ଯତୀନ୍ଦ୍ର କୁମାର ପଣ୍ତା ଭଦ୍ରକ ଡିଆଇବି ଡିଏସ୍‌ପି, କିଶୋର କୁମାର ପାଣିଗ୍ରାହୀ ଭୁବନେଶ୍ବର ଇଓଡବ୍ଲୁ ଡିଏସ୍‌ପି ଭାବେ ବଦଳି ହୋଇଛନ୍ତି।

ଅନ୍ୟପକ୍ଷରେ ନୂତନ ନିଯୁକ୍ତି ପାଇଥିବା କ୍ୟାଡେଟ ଡିଏସ୍‌ପି ସ୍ନେହାଶିଷ ସାହୁଙ୍କୁ ରାଇରଙ୍ଗପୁର ଏସ୍‌ଡିପିଓ, ରୀତେଶ କୁମାର ମହାପାତ୍ର କ୍ରାଇମ୍‌ବ୍ରାଞ୍ଚ ସାଇବର କ୍ରାଇମ୍‌ ଡିଏସ୍‌ପି, ସାର୍ଥକ ରାଏ ବ୍ରହ୍ମପୁର ଆଇୟୁସିଏଡବ୍ଲୁ ଡିଏସ୍‌ପି, ଦିଲ୍ଲୀପ କୁମାର ଦାସ ବ୍ରଜରାଜନଗର ଏସ୍‌ଡିପିଓ, ମନୋବ୍ରତ ଶତପଥୀ ପୁରୀ ଆଇୟୁସିଏଡବ୍ଲୁ ଡିଏସ୍‌ପି, ମଧୁଶିକ୍ତା ମିଶ୍ର ସୁନ୍ଦରଗଡ଼ ଏସ୍‌ଡିପିଓ, ସତ୍ୟବିକାଶ ଭୂୟାଁ ବଡ଼ବିଲ୍‌ ଏସ୍‌ଡିପିଓ, ସୀମା ସ୍ବାଇଁ ପୁରୁଷୋତ୍ତମପୁର ଏସ୍‌ଡିପିଓ, ହିମା˚ଶୁ ଭୂଷଣ ବେହେରା ସମ୍ବଲପୁର ମୁଖ୍ୟାଳୟ ଡିଏସ୍‌ପି, ଅଙ୍କିତା କୁମ୍ଭାର ଜଳେଶ୍ବର ଏସ୍‌ଡିପିଓ, ସୁନାରାମ ହେମ୍ବ୍ରମ ଚିତ୍ରକୋଣ୍ତୋ ଏସ୍‌ଡିପିଓ, କେ. ହରିପ୍ରସାଦ ବାରିପଦା ସଦର ଏସ୍‌ଡିପିଓ, ମହେନ୍ଦ୍ରନାଥ ମୁର୍ମୁ ଫୁଲବାଣୀ ସଦର ଏସ୍‌ଡିପିଓ, ଶାନ୍ତା ନୂତନ ସମଦ ରାଉରକେଲା ପିସିଆର‌୍‌ ସେଲ୍‌ ଡିଏସ୍‌ପି, ଦେବଜ୍ୟୋତି ଦାଶ କଟକ କମିସନରେଟ ଟ୍ରାଫିକ ଏସିପି, ସ୍ବସ୍ତିକ ପଣ୍ତାଙ୍କୁ ଭୁବନେଶ୍ବର କମିସନରେଟ୍‌ ଟ୍ରାଫିକ ଏସିପି ଭାବେ ନିଯୁକ୍ତି ମିଳିଛି।