ଭୁବନେଶ୍ବର: କରୋନାରେ ପୁଣି ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଆଜି ଯେଉଁ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧାରୁ ୫, ପୁରୀରୁ ୪ ଜଣ , କେନ୍ଦ୍ରାପଡ଼ାରୁ ୨, ବଲାଙ୍ଗୀର, ନୟାଗଡ଼ରୁ, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ରାୟଗଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।
14. A 39-year old male of Puri district who was also suffering from Chronic Kidney Disease & Hypertension.
15. A 57-year old male of Rayagada district.
16. A 70-year old male of Subarnapur district.
— H & FW Dept Odisha (@HFWOdisha) September 24, 2020
ଖୋର୍ଦ୍ଧାରୁ ଯେଉଁ ୫ ମୃତକ ଅଛନ୍ତି, ସେମାନେ ହେଲେ ୫୭, ୬୯, ୭୬, ୭୨ ଓ ୬୫ ବର୍ଷ ବୟସ୍କ ପୁରୁଷ । କେନ୍ଦ୍ରାପଡ଼ାରେ ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଓ ଜଣେ ୫୮ ବର୍ଷ ବୟସ୍କା ମହିଳା ଅଛନ୍ତି। ଖୋର୍ଦ୍ଧାରୁ ଯେଉଁ ୫ ମୃତକ ଅଛନ୍ତି, ସେମାନେ ହେଲେ ୫୭, ୬୯, ୭୬, ୭୨ ଓ ୬୫ ବର୍ଷ ବୟସ୍କ ପୁରୁଷ । ପୁରୀର ଯେଉଁ ୪ ମୃତକ ଅଛନ୍ତି, ସେମାନେ ହେଲେ ୭୯, ୬୭, ୮୨ ଓ ୩୯ ବର୍ଷ ବୟସ୍କ ପୁରୁଷ।
ରାୟଗଡ଼ା ଜିଲ୍ଲାର ଯେଉଁ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି ତାଙ୍କର ବୟସ ୫୭ ବର୍ଷ। ଅପରପକ୍ଷରେ ସୁବର୍ଣ୍ଣପୁର, ନୟାଗଡ଼, ମୟୂରଭଞ୍ଜ ଓ ବଲାଙ୍ଗୀରରୁ ଯେଉଁ ଜଣେ ଲେଖାଏଁ ପୁରୁଷ ପ୍ରାଣ ହରାଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୭୦, ୫୪, ୫୮ଓ ୪୩ ବର୍ଷ।
ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୪୩୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ମୋଟ୍ ୧,୫୭,୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮,୮୧୮ ରହିଛି।