୧୬ଟି ବିଦ୍ୟୁତ୍‌ ଖୁଣ୍ଟ କାଟି ନେଇଗଲେ

୧୬ଟି ବିଦ୍ୟୁତ୍‌ ଖୁଣ୍ଟ କାଟି ନେଇଗଲେ

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବର ଟିକର ଠାରୁ ମସୁଦପୁର ମଧ୍ୟରେ ଥିବା ୧୬ଟି ବିଦ୍ୟୁତ୍‌ ଖୁଣ୍ଟକୁ ଦୁର୍ବୃତ୍ତମାନେ ଚୋରି କରିନେଇଛନ୍ତି। ପ୍ରତ୍ୟେକ ୧୩ ମିଟର ଲମ୍ବ ଏହି ଖୁଣ୍ଟଗୁଡ଼ିକ ମଧ୍ୟରୁ ୬ଟି ପୋତାଯାଇଥିଲା। ୧୦ଟି ତଳେ ରଖାଯାଇଥିଲା। ଏନେଇ ଠିକାସଂସ୍ଥା ପକ୍ଷରୁ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି।

ପୁଲିସ ପହଞ୍ଚି ତଦନ୍ତ ଜାରିରଖିଛି। ପ୍ରକାଶ ଯେ, ମସୁଦପୁର ଠାରେ ଏକ ସବ୍‌ଷ୍ଟେସନ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଥି ନିମନ୍ତେ ପାଣିକୋଇଲି ଠାରୁ ୩୩ କେ.ଭି. ମସୁଦପୁର ଯିବ। ଏଥିପାଇଁ ୧୩ ମିଟର ଲମ୍ବର ଲୁହା ଖୁଣ୍ଟ ପୋତାଯାଉଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ଟିକର ଫ୍ଲାଏଓଭର ବ୍ରିଜ୍‌ ଠାରୁ ଆଗକୁ ପକାଯାଇଥିବା ୬ଟି ଖୁଣ୍ଟକୁ ଗ୍ୟାସ୍‌ କଟରରେ କାଟି ନେଇଯିବା ସହ ତଳେ ଥିବା ୧୦ଟି ଖୁଣ୍ଟକୁ ଚୋରି କରିନେଇଛନ୍ତି। ଏନେଇ କମ୍ପାନି ପକ୍ଷରୁ କାଳନ୍ଦୀ ସ୍ବାଇଁ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe