ଗହୀରମଥାରୁ ୩ ଟ୍ରଲର ଜବତ, ୧୬ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଗରନାସୀ ନିକଟରେ ବେଆଇନ୍‌ ଭାବେ ମାଛ ମାରୁଥିବା ବେଳେ ବନବିଭାଗ ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ଟି ଟ୍ରଲର୍‌ ଜବତ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବାଲେଶ୍ୱର କଷାଫଳ ଅଂଚଳର ତିଳୋତ୍ତମା, ପାରାଦ୍ୱୀପ ଅଂଚଳର ମା’ ବଜ୍ରସେନ ଓ ମା’ ଜାଗୁଳେଇ ନାମକ ୩ ଟି ଟ୍ରଲର ବେଆଇନ୍‌ ଭାବେ ମାଛ ମାରୁଥିଲେ। ଖବରପାଇ ଗହୀରମଥା ରେଞ୍ଜ ଅଫିସର ସୁବ୍ରତ କୁମାର ପାତ୍ରଙ୍କ ନେତୃତ୍ୱରେ ଫରେଷ୍ଟର ଅଭିମନ୍ୟୁ ତରାଇ, ବିଭୂତି ତରାଇ ଓ ତ୍ରିଦ୍ୱୀପ ପ୍ରଧାନଙ୍କ ସମେତ ବନକର୍ମଚାରୀ ସଦଳବଳେ ସମୁଦ୍ର ମଧ୍ୟରେ ଚଢାଉ କରି ୩ଟି ଟ୍ରଲରକୁ ଜବତ କରିଥିଲେ।

ଏହିି ଟ୍ରଲରଗୁଡ଼ିକରେ ଥିବା ରାଜୀବ କୁମାର ପାତ୍ର, ଗୁରୁପଦ ପାତ୍ର, ପ୍ରଭାତ ସେଠୀ, ବିଭୂତି ମୁଖୀ , ବରେନ୍ଦ୍ର ଟିକୁ, ଗୌତମ ମହାନ୍ତି, ଗୋପାଳ ପରିଡା, ବୈକୁଣ୍ଠ ରଣଜିତ୍‌, ଅଭୟ ସେନାପତି, ଜଗବନ୍ଧୁ ପରିଡା, ସୁଲେଖ ଦାସ, ହରେକୃଷ୍ଣ ରାଉତ, ସୁଶାନ୍ତ ମଣ୍ଡଳ, ବନମାଳି ମାଇତି, ରାଜେନ୍ଦ୍ର ରାୟ, ସୁନିଲ୍‌ ଗାଇନି ପ୍ରମୁଖ ୧୬ଜଣ ମତ୍ସଜୀବୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିସହିତ, ୩ଟି ଭି.ଏଚ.୍‌ଏଫ୍‌. ୩ଟି ଜି.ପି.ଏସ୍‌. ୩ଟି ଫିସ୍‌ ଫାଇଣ୍ଡର, ୨୩ ଟି ଜାଲ ଓ ଅଢେଇ କ୍ୱିଣ୍ଟାଲ୍‌ ମାଛ ଜବତ କରାଯାଇଛି। ଟ୍ରଲର ୩ଟିକୁ ଅଗରନାସୀର ଦେଢ କି.ମି.ରୁ ୩ କି.ମି. ମଧ୍ୟରେ ଜବତ କରାଯାଇଥିବା ରେଂଜ ଅଫିସର ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର