ପଶ୍ଚିମବଙ୍ଗର ୧୬ ମତ୍ସଜୀବୀ ଗିରଫ

ରାଜନଗର : ଗହୀରମଥାରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ବନବିଭାଗ ପାଟ୍ରୋଲିଂ ଟିମ ଦୁଇଟି ଟ୍ରଲର ଜବତ କରିବା ସହ ପଶ୍ଚିମବଙ୍ଗର ୧୬ ଜଣ ମତ୍ସଜୀବୀଙ୍କୁ ଗିରଫ କରିଛନ୍ତି। ଆସନ୍ତାକାଲି ଏମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।

ଗହୀରମଥା ଏସିଏଫ ଶ୍ରୀରାମପଦ ଅରବିନ୍ଦ ମିଶ୍ରଙ୍କ ନେତୃତରେ ବନବିଭାଗ ପାଟ୍ରୋଲିଂ ଟିମ ସମୁଦ୍ରରେ ପଇଁତରା ମାରୁଥିବା ବେଳେ ଏକକୂଳା ନିକଟ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରୁ ମାଛ ମାରୁଥିବା ପଶ୍ଚିମବଙ୍ଗର ‘ଏଫ.ବି. ଜୋତିର୍ମୟୀ ମା’, ଏଫ.ବି. କାଳୀ ମା’ ନାମକ ଦୁଇଟି ଟ୍ରଲରକୁ ଜବତ କରିଥିଲେ। ଟ୍ରଲରରେ ଥିବା ପଶ୍ଚିମବଙ୍ଗର କାନ୍ଥି ଅଞ୍ଚଳର ଅକତରଅଲ୍ଲି ଖାନ, ମୁରୁଉଦିନ ଖାନ, ସେକ ହୁସେନ, ସେକ ସାହାରୁଧିନ, ଜନାବଅଲ୍ଲି ଖାନ, ଦୀପକ କୁମାର ଦାସ, ଶ୍ୟାମ ସୁନ୍ଦର ପାତ୍ର, ମକତାନ ହାସନ ଖାନ, ମନୋରଞ୍ଜନ ଗିରି, କାଳୀପଦ ଗିରି, ବିକାଶ ହାଡି, ସୁଧାଂଶୁ ପଣ୍ଡା, ଦେବ ଦାସ, ରବୀନ ଦଲାଇ, ନକୁଲ ମଣ୍ଡଲ, ରାମକୃଷ୍ଣ ବାଇ ପ୍ରମୁଖ ମତ୍ସଜୀବୀଙ୍କୁ ଗିରଫ କରାଯାଇଛି। ଦୁଇଟି ଟ୍ରଲରରୁ ୧୫ କୁଇଣ୍ଟାଲ ମାଛ, ଜାଲ, ଜିପିଏସ, ଭିଏଚଏଫ, ଫିସ୍‌ ଫାଇଣ୍ଡର ଜବତ କରାଯାଇଛି।

ସମ୍ବନ୍ଧିତ ଖବର