ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ଭାଗଡା ଗ୍ରାମରେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୩ ପରିବାରର ପ୍ରାୟ ୧୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି। କୌଣସି କାରଣରୁ ଏକ ଚାଳଛପର ଘରେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ନିଆଁ ଘରକୁ ଘର ବ୍ୟାପୀ ଯାଇଥିଲା। ତାପମାତ୍ରା ବୃଦ୍ଧି ସହିତ ଅସହ୍ୟ ଗୁଳୁଗୁଳି ଲାଗିରହିଥିବାରୁ ଗ୍ରାମବାସୀ ନିଆଁ ପାଖକୁ ଯାଇ ଆୟତ୍ତ କରିବା ସମ୍ଭବ ହୋଇନଥିଲା।
ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ନିଆଁର କରାଳ ରୂପ ଆଗରେ ସବୁ ପୋଡି ନଷ୍ଟ ହୋଇଯାଇଥିଲା। ଉକ୍ତ ଭୟାବହ ଅଗ୍ନିକାଣ୍ଡ ଯୋଗୁ ଗ୍ରାମର ଅନାଦି ପହି, ବିନୋଦ ପହି, ନାରାୟଣ ଓଝା ଓ ରମାକାନ୍ତ ଓଝାଙ୍କ ସମେତ ୧୩ ପରିବାରର ପ୍ରାୟ ୧୬ବଖରା ଘର ସହିତ ଆସବାବପତ୍ର ଏବଂ ଘରୋଇ ଉପକରଣ ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/1-19.jpg)