ପଦ୍ମପୁର : ପଦ୍ମପୁର ସହରରେ ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଇତି ମଧ୍ୟରେ ସହରରେ ପାଗଳା କୁକୁରା କାମୁଡ଼ାରେ ୧୬ ଜଣ ଆହତ ହେଲେଣି। ସେମାନଙ୍କ ମଧ୍ୟରେ ପଦ୍ମପୁର ସହରର ୧୦ ଜଣ ରହିଥିବା ବେଳେ ସଁପିଆର ୨ ଜଣ, ତୁର୍ଲା, କେର୍ମେଲି, କନସିଂହା, ବୁଡ଼େନରୁ ଜଣେ ଲେଖାଏ ରହିଛନ୍ତି।
ସୂଚନାଥାଉ କି ପଦ୍ମପୁର ସହରରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ରହିଥିବାରୁ ପ୍ରତିଦିନ ଏଠାକୁ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ଆସିଥାନ୍ତି। କିନ୍ତୁ ବସ୍ଷ୍ଟାଣ୍ଡ ସମେତ ଜନଗହଳିପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଯୋଗୁଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ସମୟରେ ଲୋକେ କୁକୁର କାମୁଡ଼ାର ଶିକାର ମଧ୍ୟ ହେଉଛନ୍ତି। ତେବେ ୧୬ ଜଣଙ୍କୁ ପାଗଳା କୁକୁର କାମୁଡ଼ିବା ପରେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ଉତ୍ତ୍ୟକ୍ତ ଲୋକେ ଉକ୍ତ କୁକୁରକୁ ଗୋଡ଼ାଇ ଗୋଡ଼ାଇ ମାରିଥିଲେ। ଏନ୍ଏସି କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/dogs1.jpg)