ରାଜ୍ୟରେ ରାସ୍ତା, ଖଣି, ସେତୁ, ହୋଟେଲ ଓ ବନ୍ଦର ନିର୍ମାଣ ପାଇଁ ଗତ ୧୦ ବର୍ଷ ଭିତରେ ୧୬ଲକ୍ଷ ୪୫ ହଜାର ୪୧୦ ଗଛ କଟାଯାଇଛି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ରାସ୍ତା, ଖଣି, ସେତୁ, ହୋଟେଲ ଓ ବନ୍ଦର ନିର୍ମାଣ ପାଇଁ ଗତ ୧୦ ବର୍ଷ ଭିତରେ ୧୬ଲକ୍ଷ ୪୫ ହଜାର ୪୧୦ ଗଛ କଟାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।
ଆଜି ବିଧାସଭାରେ ବିଧାୟକ ମୋହନ ମାଝି ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ କେଉଁ କେଉଁ ମହାନଗର ସମେତ ବିଭିନ୍ନ କେଉଁ କେଉଁ ଜିଲ୍ଲାରେ ଶିଳ୍ପ, କଳକାରଖାନା, ଖଣିଖାଦାନ, ରାସ୍ତାଘାଟ, ସେତୁ, ହୋଟେଲ, ପର୍ଯ୍ୟଟନ, ବନ୍ଦର, ସରକାରୀ କୋଠାବାଡ଼ି ଆଦି କେତେ ନିର୍ମାଣ ପ୍ରକଳ୍ପ ବାବଦରେ କେତେ ଗଛ କଟାଯାଇଛି। ସେ ସମ୍ପର୍କିତ ପ୍ରକଳ୍ପୱାରୀ, ବର୍ଷୱାରୀ ଜିଲ୍ଲା ଓ ସହରୱାରୀ ତଥ୍ୟ ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ। ଏହାର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ବିଗତ ୧୦ ବର୍ଷ ଅବଧି (୨୦୧୦-୧୧ ଠାରୁ ୨୦୨୦-୨୧) ଭିତରେ ବିଭିନ୍ନ ମହାନଗର ସମେତ ବିଭିନ୍ନ ସହରାଞ୍ଚଳ ତଥା ଅନ୍ୟାନ୍ୟ ଅଞ୍ଚଳରେ ଶିଳ୍ପ, କଳକାରଖାନା, ଖଣିଖାଦାନ, ରାସ୍ତାଘାଟ ,ସେତୁ, ହୋଟେଲ, ପର୍ଯ୍ୟଟନ, ବନ୍ଦର, ସରକାରୀ କୋଠାବାଡ଼ି ଆଦିର ନିର୍ମାଣ ପ୍ରକଳ୍ପ ବାବଦରେ ଉନ୍ନୟନ ନିଗମର ତଥ୍ୟାନୁସାରେ ୧୬ଲକ୍ଷ ୪୫ ହଜାର ୪୧୦ ସଂଖ୍ୟକ ଗଛ କଟାଯାଇଅଛି।

୧୦ ବର୍ଷ ଅବଧି ମଧ୍ୟରୁ ବିଗତ ୫ ବର୍ଷ ଅବଧି(୨୦୧୬-୧୭ ଠାରୁ ୨୦୨୦-୨୧ ବର୍ଷ) ମଧ୍ୟରେ ରାଜ୍ୟରେ ବିଭିନ୍ନ ଜିଲ୍ଲା ଓ ବନଖଣ୍ଡରେ ବୃକ୍ଷରୋପଣ କରାଯାଇ ହେକ୍ଟର କୃତ୍ରିମ ଜଙ୍ଗଲ, ୧୫୫୭୫,୮୫୨ ହେକ୍ଟର ଚାରା ସହିତ ପ୍ରାକୃତିକ ଜଙ୍ଗଲ ପୁନଃର୍ଜୀବନ ବିନା ବୃକ୍ଷ ରୋପଣ ୪୭୯,୩୫୦ ହେକ୍ଟର ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ଏବଂ ୧,୦୩,୪୯୬ ଚାରା ପଥପାର୍ଶ୍ବରେ/ କେନାଲ କୂଳରେ ବନୀକରଣ କରାଯାଇଅଛି । ଉକ୍ତ ପ୍ରଶ୍ନରେ ଉଲ୍ଲଖିତ ଥିବା ବୟସ ଅନୁସାରେ ବୃକ୍ଷର ମୂଲ୍ୟ ଆକଳନ କରିବା ପାଇଁ ମାନ୍ୟବର ସୁପ୍ରିମ କୋର୍ଟଙ୍କ କୌଣସି ନିର୍ଦ୍ଦେଶନାମା ହସ୍ତଗତ ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର