ରାଜଧାନୀରେ ପୁଣି ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ, ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଲା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଏନେଇ ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି | ଏହାଫଳରେ ଭୁବନେଶ୍ୱରରେ ମୋଟ୍ ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି।

ଏମାନଙ୍କ ଭିତରୁ ୨ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪ଜଣ ଗୃହ ସଙ୍ଗରୋଧରେ ଥିବା ସୂଚନା ଦିଆଯାଇଛି। ଦୁଇ ସ୍ଥାନୀୟ ସଂକ୍ରମିତ କପିଳେଶ୍ବର ଅଞ୍ଚଳର ଭଦ୍ରକ ଫେରନ୍ତା ୨୫ ବର୍ଷିୟ ପୁରୁଷ ଓ ଜଣେ ୩୨ ବର୍ଷିୟ ପୁରୁଷ ଯିଏକି ଘରୋଇ ଡାକ୍ତରଖାନାରେ ସେବା ପ୍ରଦାନକାରୀ।

ଗୃହ ସଙ୍ଗରୋଧରେ ଥିବା ଆକ୍ରାନ୍ତଙ୍କ ଭିତରୁ ପଟିଆ ଅଞ୍ଚଳର ଶ୍ରୀବିହାରର ଜଣେ ୩୧ ବର୍ଷିୟ ପୁରୁଷ, ଜଣେ ୬୫ ବର୍ଷିୟ ପୁରୁଷ ଓ ଓ ଜଣେ ୫୮ ବର୍ଷୀୟା ମହିଳା ଅଛନ୍ତି। ଏହାଛଡ଼ା ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ୍ ନିକଟରୁ ଜଣେ ୭୨ ବର୍ଷିୟ ପୁରୁଷ ଓ ଓ ଜଣେ ୭୧ ବର୍ଷୀୟା ମହିଳା ଅଛନ୍ତି। ସେଦୁହେଁ ଯୁକ୍ତରାଷ୍ଟ୍ର ଆମେରିକାରୁ ଫେରିଥିଲେ। ଠିକ୍ ସେହିପରି ୟୁନିଟ୍-୪ର ଶାସ୍ତ୍ରୀ ନଗରର ୭୫ ଓ ୪୦ ବର୍ଷିୟ ଦୁଇ ପୁରୁଷ ଚିହ୍ନଟ ହୋଇଛନ୍ତି।ଉଭୟେ କୋଲକାତା ଫେରନ୍ତା। ଡୁମଡୁମା ଫେଜ୍-୧ରୁ ୨୨ବର୍ଷିୟ ପୁରୁଷ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏହାଛଡ଼ା କଳିଙ୍ଗ ବିହାର ଶୈଳବାଳା ଏନକ୍ଲେଭରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଓମାନରୁ ଫେରିଥିବା ୩୪ ବର୍ଷିୟ ପୁରୁଷ।

• ଏହାଛଡ଼ା ସତ୍ୟନଗର ଓଭର ବ୍ରିଜ ନିକଟରୁ ଜଣା ୩୩ ବର୍ଷିୟ ପୁରୁଷଙ୍କ ଠାରେ ମିଳିଛି କୋଭିଡ ୧୯ ଭୂତାଣୁ । ଦିଲ୍ଲୀରୁ ଫେରିବା ପରେ ସେ ଘରେ ସଂଗରୋଧରେ ଥିଲେ ।

• ନୟାପଲ୍ଲୀ ଶବରସାହିରେ ୫୪ ବର୍ଷିୟ ପୁରୁଷଙ୍କ ଠାରେ ମିଳିଛି କୋଭିଡ ୧୯ ଭୂତାଣୁ।

• ସେ ଚେନ୍ନାଇରୁ ଫେରିବା ପରେ ଘରେ ସଂଗରୋଧରେ ଥିଲେ ।

• ରସୁଲଗଡ ନେତାଜୀ ବିହାରରେ ୪୭ ବର୍ଷିୟ ପୁରୁଷଙ୍କ ଠାରେ ମିଳିଛି ଭୂତାଣୁ।

• ସେ ନିକଟରେ ଗୁରଗାଓଁରୁ ଫେରି ଘରେ ରହିଥିଲେ ସଂଗରୋଧରେ ।

• ରାଜଧାନୀ ଉପକଣ୍ଠ ଯଦୁପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରୁ ଫେରିଥିବା ୩୧ ବର୍ଷିୟ ପୁରୁଷଙ୍କ ଠାରେ ମିଳିଛି ଭୂତାଣୁ ।

• ରାଜଧାନୀର ୟୁନିଟ୍ ୩ ମସଜିଦ୍ କଲୋନୀରେ ୬୦ ବର୍ଷୀୟା ମହିଳା ଆକ୍ରାନ୍ତ ଚିହ୍ନଟ।

• କୋଲକାତାରୁ ସଂପର୍କୀୟଙ୍କ ଘରୁ ସେ ଫେରି ଘରେ ସଙ୍ଗରୋଧରେ ରହିଥିଲେ ।

ସମ୍ବନ୍ଧିତ ଖବର