ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ: ବିଧାନସଭାରେ ଅବଗତ କଲେ ସଂସଦୀୟ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ ନିଷ୍ପତ୍ତି ନେଇ ବିଧାନସଭାରେ ଅବଗତ କରିଛନ୍ତି ସଂସଦୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିରେ ଆଇ ଟି ପଲିସି-୨୦୨୨କୁ ବି କ୍ୟାବିନେଟ ଅନୁମୋଦନ କରିଛି।
ରାୟଗଡ଼ା ଜିଲ୍ଲା କାଶୀପୁରରେ ବୃହତ ପାନୀୟ ଜଳ ପ୍ରକଳ୍ପ ହେବ। ଆଇଟି ପଲିସି ୨୦୨୨କୁ ବ୍ୟାବିନେଟ୍ ମୋହର ଲାଗିଛି। ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇଛନ୍ତି ସରକାର। ଖୋର୍ଦ୍ଧା ବରୁଣେଇରେ ୯.୬୮ ଏକର ଜମି ଦିଆଯାଇଛି । ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ଼ କରାଯାଇଛି। କ୍ୟାବିନେଟ ବୈଠକ ନିଷ୍ପତ୍ତି ବାବଦରେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୃହରେ ସୂଚନା ଦେଇଛନ୍ତି।
ରାୟଗଡ଼ା ଜିଲ୍ଲାରେ ୩ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଉକ୍ତ ପ୍ରକଳ୍ପ ଦ୍ୱାରା ରାୟଗଡ଼ାର ୨ଟି ବ୍ଲକ ଅଧୀନରେ ଥିବା ୧୫ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୨୯ଟି ଗ୍ରାମରେ ବସବାସ କରୁଥିବା ପ୍ରୟ ୩୫ ହଜାର ୪୦୪ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ତନ୍ମଧ୍ୟରୁ ରମନଗୁଡ଼ା ବ୍ଲକ ଅଧୀନରେ ଥିବା ୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୮ଟି ଗ୍ରାମର ପ୍ରାୟ ୧୬ହଜାର ୩୨ ଜଣ ଓ କୋଇନରା ବ୍ଲକ ଅଧୀନରେ ଥିବା ୮ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୭୧ଟି ଗ୍ରାମର ପ୍ରାୟ ୧୯ ହଜାର ୩୭୨ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର