ତିତଲି ପ୍ରଭାବ: ୧୬ଟି ଟ୍ରେନ ବାତିଲ, ବହୁ ଟ୍ରେନ୍‌ର ସମୟ ପରିବର୍ତ୍ତନ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ତିତଲି ପରିବର୍ତ୍ତୀ ପ୍ରବଳ ବର୍ଷାରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ସ୍ଥିତି ସଙ୍ଗୀନ ହୋଇ ଉଠିଛି। ପରିସ୍ଥିିତି ଏମିତି ହୋଇଛି ଯେ ଟ୍ରେନ୍‌ ଲାଇନ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରେଳବାଇ କର୍ତ୍ତୃପକ୍ଷ ୧୬ଟି ଟ୍ରେନ୍‌ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି। ୧୬ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ ଅନ୍ୟ କେତେକ ଟ୍ରେନ୍‌ର ଚଳାଚଳ ସମୟ ପରିବର୍ତ୍ତନ କରାଯାଇଛି।
ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚେନ୍ନାଇରୁ ଆଜି ଛାଡ଼ିବାକୁ ଥିବା ଚେନ୍ନାଇ-, ଭୁବନେଶ୍ୱର ଏକ୍ସପ୍ରେସକୁ ବାତିଲ କରାଯାଇଛି। ଗୌହାଟୀରୁ ଛାଡ଼ିବାକୁ ଥିବା ଗୌହାଟୀ- ବେଙ୍ଗାଲୁର ଟ୍ରେନ, ଉଭୟ ପଟୁ ଛାଡ଼ିବାକୁ ଥିବା ବିଶାଖାପାଟଣା–ଗୁଣୁପର ଓ ଗୁଣୁପୁର- ବିଶାଖାପାଟଣା ପାସେଞ୍ଜର ଟ୍ରେନ, ଗୁଣୁପୁର-ପଲାସା-ଗୁଣୁପୁର ପାସେଞ୍ଜର ଟ୍ରେନ, ଗୁଣୁପୁର ଛାଡ଼ିବାକୁ ଥିବା ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନ, ୧୩ତାରିଖରେ ଛାଡ଼ିବାକୁ ଥିବା ଝାରସୁଗୁଡ଼ା- ରାଉରକେଲା -ଝାରସୁଗୁଡ଼ା ପାସେଞ୍ଜର, ରାଉରକେଲା-ସମ୍ବଲପୁର- ରାଉରକେଲା ପାସେଞ୍ଜର, ୧୨ ଓ ୧୩ ତାରିଖରେ ଝାରସୁଗୁଡ଼ା- ହାତିଆ -ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ, ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ, ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍‌ସପ୍ରେସ, ଜଗଦଲପୁର/ଜୁନାଗଡ଼ ରୋଡ- ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ,, ବିଶାଖାପାଟଣା-ଚେନ୍ନାଇ ଏକ୍ସପ୍ରେସ, ପଲାସା-କଟକ ପାସେଞ୍ଜର ଟ୍ରେନ, ଦୀଘା-ବିଶାଖାପାଟଣା ଏକ୍ସପ୍ରେସ ଟେନ୍‌କୁ ବାତିଲ କରାଯାଇଛି।
ସେହିପରି ବେଙ୍ଗାଲୁର- ଅଗରତଲା ଏକ୍ସପ୍ରେସ, ଭୁବନେଶ୍ୱର- ବେଙ୍ଗାଲୁର ପ୍ରଶାନ୍ତି ଏକ୍ସପ୍ରେସ,, ଭୁବନେଶ୍ୱର- ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ, ପୁରୀ- ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ,, ପୁରୀ- ପାରାଦୀପ-ବଡ଼ବିଲ ଏକ୍ସପ୍ରେସ, ଭୁବନେଶ୍ୱର- ରାମେଶ୍ୱରମ ଏକ୍‌ସପ୍ରେସ, ହାଓଡ଼ା- ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ,ର ସମୟ ପରିବର୍ତ୍ତନ କରାଯାଇଥିବା ରେଳବାଇ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରକାଶ

ସମ୍ବନ୍ଧିତ ଖବର