କଟକସ୍ଥିତ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ୧୬ ଆକ୍ରାନ୍ତଙ୍କ ଚିକିତ୍ସା ଜାରି

କଟକ: କଟକ ଅଶ୍ୱନୀ କୋଭିଡ୍ -୧୯ ହସ୍ପିଟାଲରେ ୧୬ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଗତକାଲି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ସେଠାରେ ଭର୍ତ୍ତି କରାଯିବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା କରୁଥିବା ଜଣାପଡିଛି।

ସୂଚନା ଅନୁସାରେ, ବର୍ତ୍ତମାନ କଟକରେ ନିର୍ମିତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ରାଜ୍ୟର ୧୬ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି। କଟକର ଜଣେ, ଭୁବନେଶ୍ୱରର ୭ଜଣ, ଭଦ୍ରକର ୩ଜଣ ଓ ଯାଜପୁର ଓ ପୁରୀର ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଚିକିତ୍ସା ଏଠାରେ ଚାଲିଛି।

ଗତକାଲି ରାତିରେ ଏସସିବିରେ ଭର୍ତ୍ତି ହୋଇଥିବା କଟକ ଓ ଭଦ୍ରକର ୨ଆକ୍ରାନ୍ତଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ଓ ଆଜି ସକାଳେ ଅନ୍ୟ ୧୪ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର