ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଥାନା ଅଞ୍ଚଳର ମାଟ୍ରିକ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀ (୧୬ବର୍ଷ) ଜୀବନ ହାରିଥିବା ଅଭିଯୋଗ ହୋଇଛି। ଶନିବାର ରାତି ୮ଟାରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ସୂଚନା ଅନୁସାରେ, ଉକ୍ତ ଛାତ୍ରୀ ଜଣକ ଭାଲେଶ୍ବର ହାଇସ୍କୁଲ ମାଟ୍ରିକ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେଉଥିଲେ। ଶନିବାର ଇଂରାଜୀ ପରୀକ୍ଷା ଥିଲା। ପରୀକ୍ଷା ସାରି ସେ ଅପରାହ୍ଣରେ ଘରକୁ ଫେରିଥିଲେ। ତାଙ୍କ ବାପା ଓ ମା’ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। ଏବେ ସେ ଅଜା ଓ ଆଈଙ୍କ ସହ ରହୁଥିଲେ।
ଅପରାହ୍ଣରେ ଅଜା ଓ ଆଈ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ। ସେ ଘରେ ଏକାକୀ ଥିବାବେଳେ ଅପରାହ୍ଣ ପ୍ରାୟ ୪ଟାରେ ଘର ଭିତରେ ବେକରେ ଓଢଣି ବାନ୍ଧି ଆତ୍ମହତ୍ୟା କରିଥିଲେ। ସନ୍ଧ୍ୟାରେ ଅଜା ଓ ଆଈ ଘରକୁ ଫେରିବା ପରେ ମୃତଦେହ ଝୁଲୁଥିବା ଦେଖିଥିଲେ। ବେଲଟୁକୁରୀ ପୁଲିସ ଖବର ପାଇ ଆଇଆଇସି ଦିଲୀପ ସାହୁଙ୍କ ନେତୃତ୍ବରେ ପହଞ୍ଚିଥିଲା।
ଆହୁରି ପଢ଼ନ୍ତୁ: HLCA: ୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ; ନିଯୁକ୍ତି ସୃଷ୍ଟି ହେବ ୯,୦୦୦
ଏନେଇ ବେଲଟୁକୁରୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ତଦନ୍ତ କରୁଛି। ସୂଚନାଥାଉକି, ଭୁବନେଶ୍ବରର ଏକ ଘରୋଇ କଲେଜରେ ଯୁକ୍ତଦୁଇ କଳା ବିଭାଗରେ ଅଧ୍ୟୟନ କରୁଥିବା ଉକ୍ତ ଗାଁର ଜଣେ ଛାତ୍ର ଶୁକ୍ରବାର ଆତ୍ମହତ୍ୟା କରିଥିଲେ। ଏବେ ସେହି ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଏଣୁ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ଉକ୍ତ ଛାତ୍ରଙ୍କ ପିତା ବି ବାହାର ରାଜ୍ୟକୁ ଦାଦନ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/10/19/dead-2025-10-19-19-37-58.jpg)