ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ ଲମ୍ବିଛି ଗଞ୍ଜେଇ ଚାଲାଣର ନେଟଵର୍କ। ମାଫିଆମାନେ ଧରା ନପଡ଼ିବା ପାଇଁ ବିଭିନ୍ନ ତରିକା ଆପଣାଉଛନ୍ତି। ଏଥର ଫଳ କ୍ରେଟ୍ ତଳେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଡିରେକ୍ଟୋରେଟ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ହାବୁଡ଼ରେ ପଡ଼ିଛନ୍ତି। ଆନ୍ଧ୍ରପ୍ରଦେଶର କ୍ରିଷ୍ଣାଭରମ୍ ଟୋଲ ପ୍ଲାଜା ଗେଟ୍ ଭାଙ୍ଗି ମାଫିଆ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଡିଆରଆଇ ଟିମ୍ ତିନିଜଣ ମାଫିଆଙ୍କୁ କାବୁ କରିଛି। ଏଥସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗୋଟିଏ ଟ୍ରକ ଓ ଏସକର୍ଟ କାର୍କୁ ଜବତ କରିଛି। ଉଭୟ ଗାଡ଼ିରୁ ୮୦୮ କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ତିନିଜଣଙ୍କ ମଧ୍ୟରେ ଦୁଇଜଣ ଓଡ଼ିଶାର ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଟ୍ରକ ଚାଳକ ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଏନ୍ଡିପିଏସ୍ ଆଇନ ବଳରେ ଆନ୍ଧ୍ରପ୍ରଦେଶର ସ୍ଥାନୀୟ କୋର୍ଟରେ ହାଜର କରାଯିବା ସହ ୧୨ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ଆନ୍ଧ୍ରରୁ ଆସୁଥିଲା ଭୁବନେଶ୍ବର
ଓଡ଼ିଶାର ଦୁଇ ସମେତ ୩ ମାଫିଆ ଗିରଫ
ସୂଚନା ମୁତାବକ, ଆନ୍ଧ୍ରରୁ ଓଡ଼ିଶାକୁ ଗଞ୍ଜେଇ ଚାଲାଣ ନେଇ ଗୁଇନ୍ଦା ସୂଚନା ମିଳିଥିଲା। କେହି ଯେପରି ଟେର୍ ପାଇବେ ନାହିଁ ସେଥିପାଇଁ ମାଫିଆମାନେ ଏକ ଟ୍ରକରେ ଫଳ କ୍ରେଟ୍ ତଳେ ଗଞ୍ଜେଇ ଆଣୁଥିଲେ। ଗୋଟିଏ ଟ୍ରକକୁ ଏସକର୍ଟ କରି ଏକ କାର୍ ଓଡ଼ିଶା ଆସୁଥିଲା। କ୍ରିଷ୍ଣାଭରମ ଟୋଲ୍ ପ୍ଲାଜା ନିକଟରେ ପହଞ୍ଚିବା କ୍ଷଣି ଏସକର୍ଟ କାର ଧରାପଡ଼ିବା ଆଶଙ୍କା କରି ଦ୍ରୁତ ବେଗରେ ଟୋଲ ପ୍ଲାଜା ଭାଙ୍ଗି ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏସକର୍ଟ କାର୍ ପଛରେ ଆସୁଥିବା ଟ୍ରକକୁ ଟିମ୍ କାବୁ କରିବା ସହ ଏସକର୍ଟ କାର୍କୁ ଧରିବା ପାଇଁ ଗୋଡ଼ାଇଥିଲା। କିଛି ବାଟ ଯିବା ପରେ ମାଫିଆ ଗାଡ଼ି ଛାଡ଼ି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଟିମ୍ ଦୁଇ ମାଫିଆଙ୍କୁ ଧରିଥିଲା। ଜବତ ଦୁଇଟି ଗାଡ଼ିରୁ ପ୍ରାୟ ୮୦୮ କେଜି ଗଞ୍ଜେଇ ଜବତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/vlFkkwe3OfxurGmdavR2.jpg)