ସୁସ୍ଥ ହେଲେ ୧୬୨୧ ଜଣ କରୋନା ଆକ୍ରାନ୍ତ, ଓଡ଼ିଶାର ମୋଟ ସୁସ୍ଥ ସଂଖ୍ୟା  ୪୬,୯୩୫ରେ ପହଞ୍ଚିଲା  

ଭୁବନେଶ୍ୱର: ରାଜ୍ୟରେ ଆଜି ୨୯ଟି ଜିଲ୍ଲାରୁ ଆଜି ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୯୩୫ ରେ ପହଞ୍ଚିଛି ବୋଲି  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୨୪ ଜଣ ଓ ଖୋର୍ଦ୍ଧାରୁ ୨୬୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଗଜପତିରୁ ୧୨୭,କଟକରୁ ୧୧୦, ପୁରୀର ୮୫, କୋରାପୁଟର ୬୯, ନୂଆପଡ଼ାର ୬୮, ବାଲେଶ୍ବରର ୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ନୟାଗଡ଼ର ୬୨, ବରଗଡ଼ର ୫୪, କଳାହାଣ୍ଡିର ୪୩ , ସୁନ୍ଦରଗଡ଼ର ୪୧, କନ୍ଧମାଳର ୩୫, ମାଲକାନଗିରିର ୩୩, ଯାଜପୁରର ୩୨, ଢେଙ୍କାନାଳର ୨୫, କେନ୍ଦ୍ରାପଡ଼ାର ୨୩, ଭଦ୍ରକର ୨୨, ବଲାଙ୍ଗୀରର ୨୨, ମୟୁରଭଞ୍ଜର ୨୧,ଝାରସୁଗୁଡ଼ାର ୨୦, ରୟଗଡାର ୧୮, କେନ୍ଦୁଝରର ୧୭, ସମ୍ବଲପୁରର ୧୪, ବୌଦ୍ଧର ୧୧, ନବରଙ୍ଗପୁରର ୮, ଜଗତସିଂପୁରର ୩, ସୋନପୁରର ୨ ଓ ଅନୁଗୁଳର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର