ଅବକାରୀ ବିଭାଗ ସକ୍ରିୟ: ୧୦ ଦିନରେ ୧୬୩ ଅଭିଯୁକ୍ତ ଗିରଫ, ୮.୨୭ କୋଟିର ସାମଗ୍ରୀ ଜବତ

ଭୁବନେଶ୍ବର: ପାର୍ବଣରେ ଅବକାରୀ ବିଭାଗ ତରଫରୁ ସ୍ବତନ୍ତ୍ର ଭାବେ ଅଭିଯାନ ଜାରି ରହିଛି। ବିଗତ ୧୦ ଦିନରେ ୮ କୋଟି ୨୭ ଲକ୍ଷ ଟଙ୍କାର ସାମଗ୍ରୀ ଜବତ। ନିଶା କାରବାର ଅଭିଯୋଗରେ ୯୧ ଟି ମାମଲା ରୁଜୁ ହେଇଥିବା ବେଳେ ୯୯ ଜଣ ଗିରଫ ହୋଇଛନ୍ତି। ୨୪୮୪ ଗ୍ରାମ ହିରୋଇନ୍, ୧୧୦୩ କିଲୋ ଗଞ୍ଜେଇ, ୫୨ ଲିଟର କଫ ସିରଫ ଜବତ ହୋଇଛି। ଅବକାରୀ ବିଭାଗର ଡେପୁଟି କମିସନର ରାମଚନ୍ଦ୍ର ମିଶ୍ର ଏହି ସୂଚନା ଦେଇଛନ୍ତି।

ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ନିଶା କାରବାର ସହିତ ସଂପୃକ୍ତ ଥିବା ଲୋକମାନେ ଅଧିକ ସକ୍ରିୟ ହୋଇଛନ୍ତି। ବିଗତ ୧୦ ଦିନରେ ମଧ୍ୟରେ ହେରୋଇନ, ଗଂଜେଇ, କଫସିରଫ, ମଦ, ବିଦେଶୀ ନକଲି ମଦ, ସ୍ପିରିଟ ବିକ୍ରି ଅଭିଯୋଗରେ ୧୬୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। 

ସେହିଭଳି ନକଲି ମଦ ବିକ୍ରି ଅଭିଯୋଗରେ ୬୩ଟି ମାମଲା ରୁଜୁ ହେଇଥିବା ବେଳେ ୬୪ ଜଣ ଗିରଫ ହେଇଛନ୍ତି। ୧୪୧୮ ଲିଟର ବିଦେଶୀ ନକଲି ମଦ, ୯୦୫ ଲିଟର ସ୍ପିରିଟ , ୧୪୭ଟି ଗାଡି ଜବତ ହେଇଛି। ଆଗାମୀ ଦିନରେ ମଧ୍ୟ ନିଶା କାରବାର ବିରୋଧରେ ଅପରେସନ ଜାରି ରହିବ। ନିଶା ମାଫିଆଙ୍କ ପ୍ରତି ଜିରୋ ଟଳରେନ୍ସ ନୀତି ଜାରି ରହିବ। କିଛି ଦିନ ଆଗରୁ ଅଭିଯୋଗ ଯେଉଁ ଅବକାରୀ ବିଭାଗର ଅଧିକାରୀମାନଙ୍କ ସଂପୃକ୍ତି ଆସିଥିଲା ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଆଗକୁ ମଧ୍ୟ ସଂପୃକ୍ତି ଆସିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର