ଭୁବନେଶ୍ବର: ଆଜି ରାଜ୍ୟରେ ୧୬୩୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୯୫୫ ଓ ସ୍ଥାନୀୟ ଅଞ୍ଚଳରୁ ୬୭୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୧ହଜାର ୨୧୫କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୧୩୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୨୩, ଗଞ୍ଜାମ ଜିଲ୍ଲାରୁ ୩୩, ବଲାଙ୍ଗୀର ଜିଲ୍ଲାରୁ ୮୦, ବାଲେଶ୍ବର ଜିଲ୍ଲାରୁ ୨୬, କୋରାପୁଟ ଜିଲ୍ଲାରୁ ୩୫, ଭଦ୍ରକରୁ ୨୧, ରାୟଗଡ଼ା ଜିଲ୍ଲାରୁ ୧୧, ପୁରୀ ଜିଲ୍ଲାରୁ ୫୮, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୬, ଜଗତସିଂହପୁର ଜିଲ୍ଲାରୁ ୭୯, ସମ୍ବଲପୁର ଜିଲ୍ଲାରୁ ୩୨, କଳାହାଣ୍ଡି ଜିଲ୍ଲାରୁ ୩୬, ଯାଜପୁର ଜିଲ୍ଲାରୁ ୪୩, କନ୍ଧମାଳ ଜିଲ୍ଲାରୁ ୨୪, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୫, ମାଲକାନଗିରି ଜିଲ୍ଲାରୁ ୫୩, ଗଜପତି ଜିଲ୍ଲାରୁ ୧୩, ମୟୂରଭଞ୍ଜ ଜିଲ୍ଲାରୁ ୪୨ , ଝାରସୁଗୁଡ଼ା ଜିଲ୍ଲାରୁ ୫୪, ଢେଙ୍କାନାଳ ଜିଲ୍ଲାରୁ ୩୯, ନବରଙ୍ଗପୁର ଜିଲ୍ଲାରୁ ୪୧, କେନ୍ଦୁଝର ଜିଲ୍ଲାରୁ ୫୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୧୦୦, ବରଗଡ଼ ଜିଲ୍ଲାରୁ ୩୩, ନୂଆପଡ଼ା ଜିଲ୍ଲାରୁ ୮୯, ଦେବଗଡ଼ରୁ ୮ ଓ ବୌଦ୍ଧ ଜିଲ୍ଲାରୁ ୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ରାଜ୍ୟରେ ମୋଟ୍ ୨,୬୨,୦୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭,୮୮୬ ରହିଛି।

ଏଣେ କରୋନାରେ ପୁଣି ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।