ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୭ଟି ବ୍ଲକର ୧୭୦ଟି ପଞ୍ଚାୟତ ପାଇଁ ୧୬୩୩ ପ୍ରକଳ୍ପ ମଞ୍ଜୁର, ଖର୍ଚ୍ଚ ହେବ ୪୧.୭୧ କୋଟି

ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୭ଟି ବ୍ଲକର ୧୭୦ଟି ପଞ୍ଚାୟତ ପାଇଁ ୧୬୩୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକରେ ସମୁଦାୟ ୪୧.୭୧ କୋଟି ଟଙ୍କା ଖର୍ଚ୍ଚ ହେବ। ସୋନପୁର ଜିଲ୍ଲାର ସୋନପୁର ବ୍ଲକ, ବାଲେଶ୍ୱର ଜିଲ୍ଲାର ଓଉପଦା ଓ ଭୋଗରାଇ ବ୍ଲକ, କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ, ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁର କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନପୁର ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩.୪୯ କୋଟି ଟଙ୍କାରେ ୧୨୩ଟି ପ୍ରକଳ୍ପ, ଓଉପଦା ବ୍ଲକର ୧୧ଟି ପଞ୍ଚାୟତ ପାଇଁ ୨.୯୫ କୋଟି ଟଙ୍କାରେ ୧୮୯ଟି ପ୍ରକଳ୍ପ, ଭୋଗରାଇ ବ୍ଲକର ୫୦ଟି ପଞ୍ଚାୟତ ପାଇଁ ୧୨ କୋଟି ଟଙ୍କାରେ ୩୪୭ଟି ପ୍ରକଳ୍ପ, ନନ୍ଦପୁର ବ୍ଲକର ୨୩ଟି ପଞ୍ଚାୟତ ପାଇଁ ୪.୩୯ କୋଟି ଟଙ୍କାରେ ୧୯୯ଟି ପ୍ରକଳ୍ପ, ରସୁଲପୁର ବ୍ଲକର ୨୮ଟି ପଞ୍ଚାୟତ ପାଇଁ ୭.୬୨ କୋଟି ଟଙ୍କାରେ ୨୪୪ଟି ପ୍ରକଳ୍ପ, କଣ୍ଟାମାଳ ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୬.୯୯ କୋଟି ଟଙ୍କାରେ ୨୯୨ଟି ପ୍ରକଳ୍ପ ଓ ମାଥିଲ ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪.୨୭ କୋଟି ଟଙ୍କାରେ ୨୩୯ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି।

ସମ୍ବନ୍ଧିତ ଖବର