ଅନୁଗୁଳ: ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜଣେ କର୍ମଚାରୀଙ୍କ ସମେତ ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ୍। ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର କିଶୋର ନଗର ଖାଖାରେ କ୍ଳର୍କ କମ କ୍ୟାସିୟର ଭାବେ କାର୍ଯ୍ୟରତ ସୁଶାନ୍ତ କୁମାର ସାହୁ ଓ ଯୁଗଳ ସାହୁ ଚୋରା ଗଞ୍ଜେଇ ଚାଲାଣ କରୁଥିବାର ଏସଟିଏଫ୍ ଖବର ପାଇଥିଲା ।
/sambad/media/post_attachments/wp-content/uploads/2022/03/a45c10ae-b949-41d3-90a7-711259b5dd0d-574x430.jpg)
ଏଣୁ ଉଭୟଙ୍କୁ ଧରିବା ଲାଗି ଏସଟିଏଫ୍ ଟିମ୍ ଜାଲ ବିଛାଇଥିଲେ। ଅନୁଗୁଳ ଜିଲ୍ଲା ବାଙ୍କ ପଳାସ ଗାଁ ନିକଟରେ ଚାଲାଣ ବେଳେ ଉଭୟଙ୍କୁ ଏସଟିଏଫ୍ ଟିମ୍ ମାଡ଼ିବସିଥିଲା। ସେମାନଙ୍କ ପାଖରୁ ୧୬୫ କେଜି ଗଞ୍ଜେଇ, ଗୋଟିଏ ଏସବିଏମଏଲ୍ ବନ୍ଧୁକ, ଗୋଟିଏ ମହିନ୍ଦ୍ରା ଗାଡ଼ି ଓ ଗୋଟିଏ ପଲସର ବାଇକ ଜବତ କରାଯାଇଛି।ଉଭୟଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଚି।
ସୂଚନାଯୋଗ୍ୟ, ଗତ ଏକ ବର୍ଷ ଭିତରେ ଏସଟିଏଫ୍ ୫୦ କେଜି ବ୍ରାଉନସୁଗାର ଏବଂ ୯୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୧୩୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/101cc504-c022-449e-a694-4a5c644d967f.jpg)