ଟିକା ନେଲେ ୧୬୭୦୩୪ ଜଣ, ଦୁଇ ଜଣଙ୍କ ନିକଟରେ ପାର୍ଶ୍ବ ପ୍ରତିକ୍ରିୟା

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ ୨ଲକ୍ଷ ଲୋକଙ୍କୁ କୋଭିଡ୍‌ ଟିକା ଦେବାକୁ ଯୋଜନା ହୋଇଥିଲେ ହେଁ ଆଜି ଏହା ପୂରଣ ହୋଇନି। ଆଜି ରାଜ୍ୟର ୧୨୪୨ଟି ଟିକାଦାନ କେନ୍ଦ୍ରରେ ୧,୬୭,୦୩୪ଜଣ ଟିକା ନେଇଛନ୍ତି। ଏଥିରୁ ୪୦ଟି କେନ୍ଦ୍ରରେ କୋଭାକ୍ସିନ୍ ଟିକା ଦିଆଯାଇଥିବା ବେଳେ ବାକି କେନ୍ଦ୍ରରେ କୋଭିସିଲ୍ଡ ଟିକା ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆଜି ୨୯ଜଣ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍, ୧୬୫ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ସେହିପରି ୧୪୧ଜଣ ଆଗଧାଡ଼ିର କର୍ମୀ ପ୍ରଥମ ଡୋଜ୍ ଓ ୫୫୯ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି।

ଏହାବାଦ୍ ୪୫ରୁ ୫୯ବର୍ଷ ମଧ୍ୟ‌ରେ କୋ-ମର୍ବିଡିଟି ଥିବା ୧,୧୭,୧୬୫ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୪୬୦ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ୬୦ବର୍ଷରୁ ଊର୍ଦ୍ଧ୍ବ ୪୩୨୦୫ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ଏହି ବର୍ଗରେ ୫୩୧୦ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଆଜି ମାତ୍ର ୨ଜଣଙ୍କ ନିକଟରେ ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି।

ଆଜି ସୁଦ୍ଧା ରାଜ୍ୟରେ ୩୩,୦୪,୭୩୨ଜଣ ଟିକା ନେଇଥିବା ବେଳେ ଏଥିରେ ୩୧୬୪୦୨(୯୪.୫%)ଜଣ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍, ୨୬୨୧୮୨ ଜଣ (୮୬.୬%) ଦ୍ବିତୀୟ ଡୋଜ୍, ଆଗଧାଡ଼ିର କର୍ମୀ ୧୮୯୨୧୦ ଜଣ(୮୪.୪%) ପ୍ରଥମ ଡୋଜ୍, ୧୪୨୭୫୦ ଜଣ (୮୩.୪%) ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫ରୁ ୫୯ବର୍ଷ ମଧ୍ୟରେ ୬୮୩୩୭୮ଜଣ ପ୍ରଥମ ଡୋଜ୍, ୩୨୨୪ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ବ ୧୬୬୦୫୨୯ଜଣ ପ୍ରଥମ ଡୋଜ୍‌ ଓ ୪୭୦୫୭ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି।

ସମ୍ବନ୍ଧିତ ଖବର