ଷୋଡ଼ଶ ଶ୍ରୀ ପାତାଳୀ ମହୋତ୍ସବ ଉଦ୍‌ଯାପିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରରେ ଷୋଡ଼ଶ ପାତାଳୀ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି।

ପାତାଳୀ ଟ୍ରଷ୍ଟର ସଂଯୋଜକ ପୂର୍ଣଚନ୍ଦ୍ର ପାଢ଼ୀଙ୍କ ସୂଚନା ଅନୁଯାୟୀ ଏହି କ୍ଷେତ୍ରରେ ପ୍ରବଳ ଉତ୍ସାହ ସହ ୫୬ ପ୍ରହରୀ ନାମଯଜ୍ଞ ସମାପନ ହୋଇଥିଲା। ସାତ ଦିନ ପାଇଁ ୭ଟି ଗ୍ରାମ କୋଟସମଲାଇ, ବାହାରିପଡ଼ା, ଗଡ଼ଭିତର, ହିରୋପାଲି, ଖୁଣ୍ଟଲାପାଲି, କୁଞ୍ଜାପାଲି, ରେଡମ ଗ୍ରାମ ଦାୟିତ୍ୱ ନେଇଥିଲେ। ମହଦା ମହିଳା ସଂକୀର୍ତ୍ତନ କୋଟ ସମଲାଇର ଯୋଗ ଦେଇଥିଲେ। ଜିଲ୍ଲା ସଂସ୍କୃତି ପରିଷଦ ଓ ରାଜ୍ୟ ସଂସ୍କୃତି ବିଭାଗ ଦ୍ବାରା ପାତାଳୀ ଶ୍ରୀକ୍ଷେତ୍ର କଳା ପରିଷଦ, ଶଙ୍କର ବେହେରା ଓ ସାଥୀ, ଏମ୍‌. କଲଚରାଲ, ଶାଶ୍ୱତ ତ୍ରିପାଠୀ, ରୁମକୁ ଝୁମାନା, ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା, ରୋଜ ଟ୍ରି ଡ୍ୟାନ୍ସ, କଟକ ଏକାଡେମି କଳ୍‌କୀ ଏଣ୍ଟରଟେଣ୍ଟମେଣ୍ଟ୍‌ ପୁରୀ କାର୍ଯ୍ୟକ୍ରମ କରିଥିଲେ। ଘୃତଯଜ୍ଞରେ ପଣ୍ଡିତ ଦେବାର୍ଚ୍ଚନ ଦାଶ, ବିଦ୍ୟାଧର ଦାଶ, ଗୌରିଶଙ୍କର ମିଶ୍ର, ଗୌର ନନ୍ଦ କାର୍ଯ୍ୟ ତୁଲାଇଥିଲେ।

ବିଭିନ୍ନ ସନ୍ଧ୍ୟାରେ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା, ସାହିତ୍ୟିକ, ରାଜନେତା ଯୋଗ ଦେଇଥିଲେ। ପାତାଳୀ ସେନାର ସୁଭଦ୍ରା ବାହିନୀ ସହଯୋଗ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ସମାଜସେବୀ ମୁରଲୀଧର ଭୋଇ ସମ୍ମାନିତ ଅତିଥି, ନରସିଂହ ପଧାନ, ସମ୍ପାଦକ ଉତ୍ତର ପାତ୍ର, ଜାନକୀରାମ ଦେହୁରୀ, ପ୍ରୋଗାମ୍‌ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଜଗନ୍ନାଥ ସେବକ, ପଦ୍ମନ ପଧାନ ଯୋଗ ଦେଇଥିଲେ। ପୁଲିସ୍‌ ଓ ଅଗ୍ନିଶମ ବିଭାଗ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର