ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ଆଉ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରେ ୫ଜଣ ମହିଳା ଓ ଅବଶିଷ୍ଟ ୧୨ ଜଣ ପୁରୁଷ ଅଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୨୯କୁ ବୃଦ୍ଧି ପାଇଛି।
Details of cases confirmed as death due to Covid-19, after due completion of death audit process:
1.A 73 years old Male of Angul District.
2.A 26 years old Female of Balasore District.
— H & FW Dept Odisha (@HFWOdisha) February 1, 2022
ପ୍ରାପ୍ତ ସୂଚନା ଅନୁଯାୟୀ କଟକ ଜିଲ୍ଲାରୁ ସର୍ବାଧିକ ୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ପୁରୀ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ମୃତକ ଅଛନ୍ତି। ଏଣେ ଅନୁଗୁଳ, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, ଜଗତସିଂହପୁର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଥିବାର ସୂଚନା ମିଳିଛି। କଟକ ଜିଲ୍ଲାର ମୃତକମାନେ ଯଥାକ୍ରମେ ୭୫, ୮୫, ୪୮ ଓ ୮୧ ବର୍ଷର ପୁରୁଷ। ପୁରୀର ଜଣେ ୫୫ ବର୍ଷିୟ ପୁରୁଷ ଓ ଜଣେ ୫୮ ବର୍ଷୀୟା ମହିଳା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।
ଅନୁଗୁଳର ୭୩ ବର୍ଷିୟ ପୁରୁଷ, ଗଞ୍ଜାମର ତିନି ବର୍ଷର ପୁତ୍ର ସନ୍ତାନ, ବାଲେଶ୍ବରର ଜଣେ ୨୬ ବର୍ଷୀୟା ମହିଳା, ଭଦ୍ରକର ୬୭ ବର୍ଷୀୟା ମହିଳା, ଯାଜପୁରର ୧୮ ବର୍ଷିୟ ପୁରୁଷ, କେନ୍ଦ୍ରାପଡ଼ାର ୨୬ ବର୍ଷୀୟା ମହିଳା, ମାଲକାନଗିରିର ୩ ମାସର ଶିଶୁକନ୍ୟା, ଜଗତସିଂହପୁର ଜିଲ୍ଲାର ୭୮ ବର୍ଷିୟ ପୁରୁଷ ଓ ରାୟଗଡ଼ା ଜିଲ୍ଲାର ଜଣେ ୪୦ ବର୍ଷିୟ ପୁରୁଷଙ୍କ କୋଭିଡରେ ପ୍ରାଣହାନି ଘଟିଛି।