ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ ଜଣଙ୍କ ଜୀବନ ନେଲା କରୋନା, ୧୦୫୨୧ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ଵର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ୧୭ ଜଣ ରୋଗୀଙ୍କର ପ୍ରାଣ ନେଇଛି | ଗତକାଲି ୧୬ ଜଣଙ୍କ ଜୀବନ ନେଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ରହିଛନ୍ତି | ସେହିପରି ଦେବଗଡ ଜିଲ୍ଲାରୁ ଜଣେ. ବୌଦ୍ଧରେ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେଉଁଝର ଜିଲ୍ଲାରୁ ଜଣେ, ଝାରସୁଗୁଡା ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ ଦୁଇ ଜଣ, ସମ୍ବଲପୁର ଜିଲ୍ଲାରୁ ଜଣେ, ରାୟଗଡା ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି |

ସେହିପରି ସୁନ୍ଦରଗଡ ଜିଲ୍ଲାରୁ ଜଣେ ବ୍ୟକ୍ତି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୦୫୨୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ୫୯୪୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୫୭୬ ଜଣ ଚିହ୍ନଟ ହୋଇଛନ୍ତି | ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ଶହ ୭୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧ଶହ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକଟରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡ଼ରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪, ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ପୁରୀରୁ ୩୧୯, ଝାରସୁଗୁଡ଼ାରୁ ୩୧୪, ବଲାଙ୍ଗୀରରୁ ୩୧୪, ନୂଆପଡ଼ା ୩୦୪,ମୟୂରଭଂଜରୁ ୨୮୮, ବୌଦ୍ଧରୁ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୧୬୨ । ସୁସ୍ଥ ହୋଇଛନ୍ତିି ୪ଲକ୍ଷ ୧୬ ହଜାର ୪୦୩ଜଣ । କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୮୧ ହଜାର ୮୫ ଜଣ । ଗତକାଲି ୪୮ ହଜାର ୩୧୪ ନମୁନା ପରୀକ୍ଷା କରାଯାଇଛି ।

ସମ୍ବନ୍ଧିତ ଖବର