୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣଙ୍କ ଜୀବନ ନେଇଛି କରୋନା | ଏମାନଙ୍କ ମଧ୍ୟରେ ଅନୁଗୁଳ, ବଲାଙ୍ଗୀର,ଢେଙ୍କାନାଳରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ(୨ ଜଣ ଭୁବନେଶ୍ୱରରୁ) ୩ ଜଣଙ୍କର ପ୍ରାଣ ନେଇଛି କରୋନା |

Lokmat.com


ସେହିପରି କଳାହାଣ୍ଡିର ୩ ଜଣ, ରାୟଗଡାର ୩ ଜଣ, ପୁରୀର ୨ ଜଣ, ସୁନ୍ଦରଗଡର ୩ ଜଣଙ୍କର କରୋନା ଜୀବନ ନେଇଛି | ସୂଚନା ଥାଉ କି ଗତକାଲି ୧୯ ଜଣଙ୍କର ଜୀବନ ନେଇଥିବାବେଳେ ୮ ତାରିଖରେ ୨୦ ଜଣଙ୍କର ଜୀବନ ଯାଇଥିଲା | ଉଲ୍ଲେଖ ଥାଉ କି ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା ୨୧୯୭ ଜଣଙ୍କର ଜୀବନ ନେଇଥିବାବେଳେ ୫ ଲକ୍ଷ ୪୪ ହଜାର ୮୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୪୭ ହଜାର ୮୬୩ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ସକ୍ରିୟ ମାମଲା ୯୪୭୬୦ ରହିଛି |

ସମ୍ବନ୍ଧିତ ଖବର