ଗୋଟିଏ ଦିନରେ ଭଦ୍ରକରୁ ୫ ଜଣ ପଜିଟିଭ ଚିହ୍ନଟ ପରେ ଏସବୁ ଗ୍ରାମରେ କଣ୍ଟେନମେଣ୍ଟ ଅଂଚଳ ଘୋଷଣା କଲା ଜିଲ୍ଲା ପ୍ରଶାସନ

ଭଦ୍ରକ: ଗୋଟିଏ ଦିନରେ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ ନେଇ ପ୍ରଶାସନର ଚିନ୍ତା ବଢିଛି | ଆଜି ସକାଳେ ବାସୁଦେବପୁର ବ୍ଲକ ବ୍ରାହ୍ମଣୀଗାଁର ଜଣେ କଲିକତା ଫେରନ୍ତା ୪୦ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ବ୍ରାହ୍ମଣୀଗାଁ ଓ ଅରଣ୍ଡୁଆ ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଥିଲା | ସେହିପରି ଅପରାହ୍ନରେ ପୁଣି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ |

ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ୨ ଜଣ ତିହିଡ଼ି ବ୍ଲକର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ୨ ଜଣ ଧାମନଗର ବ୍ଲକର ଅଧିବାସୀ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା | ଧାମନଗର ବ୍ଲକର ୨ ପଞ୍ଚାୟତ ଖଡିପଦା ଓ କଲ୍ୟାଣୀରେ ୨ ଜଣ ଏବଂ ତିହିଡିରେ ଦୁଇ ପଞ୍ଚାୟତ ବାମନବିନ୍ଧା ଓ କାପଡ଼ାରେ ୨ ଜଣ ଚିହ୍ନଟ ହୋଇଥିବାରୁ ଏହି ୪ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି |

ଏହି ୪ଟି ପଞ୍ଚାୟତକୁ ମିଶାଇ ସମଗ୍ର ଜିଲ୍ଲାରେ ମୋଟ ୧୭ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରାଯାଇଛି। ବର୍ତ୍ତମାନ ଖଡିପଦା, କଲ୍ୟାଣୀ,ବାମନବିନ୍ଧା ଓ କାପଡ଼ା ପଂଚାୟତରେ ପ୍ରଶାସନ ଓ ପୁଲିସ ପହଂଚିଛି |

ସମ୍ବନ୍ଧିତ ଖବର