ଚୁଲିରୁ ନିଆଁ ଲାଗି ୧୭ ବଖରା ଘର ଭସ୍ମୀଭୂତ

ଭଦ୍ରକ: ଚାନ୍ଦବାଲି ବ୍ଲକ ତୋଟାପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ଗତକାଲି ରାତିରେ ଏଭଳି ଏକ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୭ ବଖରା ଘର ଭସ୍ମୀଭୂତ ହୋଇଯାଇଛି | ଚୁଲିରୁ ନିଆଁ ଲାଗି ୮ଟି ପରିବାରର ୧୭ ବଖରା ଘର ଭସ୍ମୀଭୂତ ହୋଇଯାଇଥିଲା | ୩ଟି ଦମକଳ ଗାଡ଼ି ଦ୍ବାରା ଆସି ନିଆଁ ଲିଭାଯାଇଥିଲା | ଏହି ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି |

ମିଳିଥିବା ସୂଚନା ଅନୁସାରେ ଜଣକର ଚୁଲିରୁ ନିଆଁ ତାଙ୍କ ଘରେ ଲାଗିଯାଇଥିଲା | ପରେ ଏହି ନିଆଁ ପାଖକୁ ପାଖ ଲାଗିଥିବା ଘରକୁ ବ୍ୟାପିଯାଇଥିଲା | ଏହାକୁ ଦେଖି ଲୋକ ଘରୁ ବାହାରକୁ ଚାଲିଆସିଥିଲେ | ଯାହାଫଳରେ କୌଣସି ଜୀବନ ହାନି ହୋଇନଥିଲା |

ସମ୍ବନ୍ଧିତ ଖବର