୧୭ଟି ସଂସଦୀୟ କ୍ଷେତ୍ରରେ ମୁହାଁମୁହିଁ ହେଲେ ପ୍ରମୁଖ ୩ ଦଳର ପ୍ରାର୍ଥୀ: ଜାଣନ୍ତୁ କିଏ କାହାକୁ କରିବେ ମୁକାବିଲା

କଟକ, ସମ୍ବଲପୁର, ଆସିକା, ମୟୂରଭଜଂରେ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରଦାର ରଣନୀତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ଆଗରେ ଅଛନ୍ତି। ଉଭୟ ଦଳ ରାଜ୍ୟର ୨୧ ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ୧୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ଏପର୍ଯ୍ୟନ୍ତ କଟକ, ସମ୍ବଲପୁର, ଆସିକା ଓ ମୟୂରଭଂଜରେ ପ୍ରାର୍ଥୀ ଘୋଷଣା କରିନାହିଁ। ଏହି ଆସନଗୁଡ଼ିକରେ କିଛି ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ।

ଭୁବନେଶ୍ବରରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ଟିକେଟ୍‌ ଦେଇଥିବା ବେଳେ କଟକରେ ଭର୍ତ୍ତୃହରି ମହତାବ, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି, ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ରେ ପ୍ରଦୀପ ପୁରୋହିତ, ବଲାଙ୍ଗୀରରେ ସଂଗୀତା ସିଂହଦେଓ, କଳାହାଣ୍ଡିରେ ମାଳବିକା କେଶରୀ ଦେଓ, ନବରଂଗପୁରରେ ବଳଭଦ୍ର ମାଝୀ, କୋରାପୁଟରେ କାଳୀରାମ ମାଝୀ, କନ୍ଧମାଳରେ ସୁକାନ୍ତ ପାଣିଗ୍ରାହୀ, ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ, ଆସିକାରେ ଅନିତା ଶୁଭଦର୍ଶିନୀ ପ୍ରାର୍ଥୀ ହୋଇଛନ୍ତି। ପୁରୀରେ ସମ୍ବିତ ପାତ୍ର, ଜଗତସିଂହପୁରରେ ବିଭୂ ପ୍ରସାଦ ତରାଇ, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, ଯାଜପୁରରେ ରବୀନ୍ଦ୍ର ବେହେରା, ଭଦ୍ରକରେ ଅଭିମନ୍ୟୁ ସେଠୀ, ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀ, କେନ୍ଦୁଝରରେ ଅନନ୍ତ ନାୟକ, ମୟୂରଭଂଜରେ ନବରଚଣ ମାଝୀ ଓ ସୁନ୍ଦରଗଡ଼ରେ ଜୁଏଲ ଓରାମଙ୍କୁ ବିଜେପି ପ୍ରାର୍ଥୀ କରିଛି।

ସେହିପରି ବିଜେଡି ଟିକେଟ୍‌ରେ ଭୁବନେଶ୍ବରରୁ ମନ୍ମଥ ରାଉତରାୟ ଅବତୀର୍ଣ୍ଣ ହୋଇଛନ୍ତି। କଟକରୁ ସଂତୃପ୍ତ ମିଶ୍ର, ଢେଙ୍କାନାଳରୁ ଅବିନାଶ ସାମଲ, ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ବରଗଡ଼ରୁ ପରିଣୀତା ମିଶ୍ର, ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ, କଳାହାଣ୍ଡିରୁ ଲମ୍ବୋଦର ନିଆଲ, ନବରଂଗପୁରରୁ ପ୍ରଦୀପ ମାଝୀ, କୋରାପୁଟରୁ ‌କୌଶଲ୍ୟା ହିକକା, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, ଆସିକାରୁ ରଂଜିତା ସାହୁ, ପୁରୀରୁ ଅରୂପ ପଟ୍ଟନାୟକ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଭଦ୍ରକରୁ ମଂଜୁଲତା ମଣ୍ଡଳ, ବାଲେଶ୍ବରରୁ ଲେଖାଶ୍ରୀ ସାମନ୍ତସିଂହାର, କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ, ମୟୂରଭଂଜରୁ ସୁଦାମ ମାର୍ଣ୍ଣିଂ ଓ ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ ବିଜେଡି ଟିକେଟରେ ନିର୍ବାଚନ ଲଢୁଛନ୍ତି।

ସଂଜୟ ଭୋଇଙ୍କୁ ବରଗଡ଼ ପାଇଁ, ମନୋଜ ମିଶ୍ରଙ୍କୁ ବଲାଙ୍ଗୀର ପାଇଁ, ଦ୍ରୌପଦୀ ମାଝୀଙ୍କୁ କଳାହାଣ୍ଡି ପାଇଁ, ଭୁଜବଳ ମାଝୀଙ୍କୁ ନବରଂଗପୁର ପାଇଁ, ସପ୍ତଗିରି ଉଲାକାଙ୍କୁ କେରାପୁଟ ପାଇଁ, ଅମିର ଚାନ୍ଦ ନାୟକଙ୍କୁ କନ୍ଧମାଳ ପାଇଁ, ରଶ୍ମିରଂଜନ ପଟ୍ଟନାୟକଙ୍କୁ ବ୍ରହ୍ମପୁର ପାଇଁ ଓ ଜନାର୍ଦ୍ଦନ ଦେହୁରୀଙ୍କୁ ସୁନ୍ଦରଗଡ଼ ପାଇଁ କଂଗ୍ରେସ ଟିକେଟ୍‌ ଦେଇଛି। ସେହିପରି ବାଲେଶ୍ବର ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ, ପୁରୀରୁ ସୁଚରିତା ମହାନ୍ତି ଓ ଭୁବନେଶ୍ୱରରୁ ୟାସିର ନୱାଜଙ୍କୁ ଦଳ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର