ଭୁବନେଶ୍ବର: କରୋନାରେ ପୁଣି ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଆଜି ଯେଉଁ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ବାଲେଶ୍ବର ଓ ଢେଙ୍କାନାଳରୁ ୩ ଜଣ ଲେଖାଏଁ , ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ କରୋନା ରୋଗୀ ମୃତ୍ୟୁବରଣ କରିଥିବା ବେଳେ ନୟାଗଡ଼, ଭଦ୍ରକ, ମୟୂରଭଞ୍ଜ, ଗଞ୍ଜାମ ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।
15. A 53-year old female of Nayagarh district who was also suffering from Diabetes.
16. An 85-year old male of Puri district who was also suffering from Diabetes & Hypertension.
17. A 70-year old female of Puri district who was also suffering from Diabetes.
— H & FW Dept Odisha (@HFWOdisha) October 3, 2020
ବାଲେଶ୍ବରର ଯେଉଁ ୩ ପୁରୁଷ ମୃତକ ଅଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୪୭, ୬୨ ଓ ୬୫ ବର୍ଷ। ଠିକ୍ ସେହିପରି ଢେଙ୍କାନାଳର ଯେଉଁ ୩ ପୁରୁଷ ମୃତକ ଅଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୩୬, ୬୧ ଓ ୬୫ ବର୍ଷ। ଜଗତସିଂହପୁର ଦୁଇ ପୁରୁଷ ମୃତକଙ୍କ ବୟସ ଯଥାକ୍ରମେ ୬୨ ଓ ୪୯ ବର୍ଷ। ପୁରୀର ଦୁଇ ମୃତକଙ୍କ ବୟସ ଭିତରେ ଜଣେ ୮୫ ବର୍ଷ ବୟସ୍କ ପୁରୁଷ ଓ ଜଣେ ୭୦ ବର୍ଷ ବୟସ୍କା ମହିଳା ଅଛନ୍ତି। ଖୋର୍ଦ୍ଧାର ଦୁଇ ମୃତକଙ୍କ ବୟସ ଭିତରେ ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଓ ଜଣେ ୬୮ ବର୍ଷ ବୟସ୍କା ମହିଳା ଅଛନ୍ତି।
ଅପରପକ୍ଷରେ ନୟାଗଡ଼ ଓ ଭଦ୍ରକରୁ ଯେଉଁ ଜଣେ ଲେଖାଏଁ ମହିଳା ପ୍ରାଣ ହରାଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୫୮ ଓ ୫୬ ବର୍ଷ। ଠିକ୍ ସେହିପରି ମୟୂରଭଞ୍ଜ, ଗଞ୍ଜାମ ଓ ଯାଜପୁରରୁ ଜଣେ ଲେଖାଏଁ ପୁରୁଷ ପ୍ରାଣ ହରାଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୫୬, ୫୪ ଓ ୫୭ ବର୍ଷ।