୫ ଜିଲ୍ଲା ଯିବେ ୧୭ ଓଏଏସ୍‌ ଅଫିସର୍‌, କୋଭିଡ୍‌ ପରିଚାଳନାରେ ସାମିଲ ହେବେ

ଭୁବନେଶ୍ବର : ୫ଟି ଜିଲ୍ଲାରେ କୋଭିଡ୍‌ ପରିଚାଳନାରେ ସାମିଲ୍‌ ହେବା ପାଇଁ ୧୭ ଜଣ ଓଏଏସ୍‌ ଅଫିସର୍‌ଙ୍କୁ ଡେପୁଟେସନ୍‌ରେ ପଠାଯାଇଛି। ସେମାନେ ହେଲେ ନୂଆପଡ଼ା ପାଇଁ ଲକ୍ଷ୍ମୀକାନ୍ତ ପାରେଲାଲ୍‌ ପ୍ରଧାନ, ଚିତ୍ରସେନ ପଶାୟତ, ନୃପରାଜ ସାହୁ, ହେମନ୍ତ କୁମାର ସିଂହ ଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳାଇ, ବଲାଙ୍ଗୀର ପାଇଁ ଦୀପକ ରଞ୍ଜନ ଦାସ, ରଶ୍ମୀ ରଞ୍ଜନ ନାୟକ ଓ ଶ୍ବେତ କୁମାର ଦାଶ, ବରଗଡ଼ ପାଇଁ ମହେଶ୍ବର ପାଣିଗ୍ରାହୀ, ଶୁଭାଶିଷ ମାନସିଂହ ଓ ମନ୍ଦରଧର ମହାଲ୍ଲିକ, ସମ୍ବଲପୁର ପାଇଁ ବିଶିକେସନ ଦେହୁରୀ ଓ ବୈତୁରା ଦୀପ, ସୁନ୍ଦରଗଡ଼ ପାଇଁ ଦୁର୍ଗା ପ୍ରସାଦ ମହାପାତ୍ର, ଅଯୋଧ୍ୟାକାନ୍ତ ଶତପଥୀ, ତ୍ରିଲୋଚନ ମହାନ୍ତି ଓ ମଧୁସୂଦନ ବେହେରା। ଏହି ଅଧିକାରୀମାନେ ତୁରନ୍ତ ଜିଲ୍ଲାକୁ ଯାଇ ସଂପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଆଜି ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର