୧୭ ପାନ୍ଥିକା, ପାନ୍ଥଶାଳା କାମରେ ଲାଗୁନି

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥିକା, ପାନ୍ଥଶାଳା, ରାସ୍ତା ପାର୍ଶ୍ବ ସୁବିଧା ସୁଯୋଗ କେନ୍ଦ୍ର ଆଦି ନିର୍ମାଣ କରାଯାଇଛି। କିନ୍ତୁ ତାହା ପରିତ୍ୟକ୍ତ ହୋଇ ପଡ଼ିଛି। ପର୍ଯ୍ୟଟନ ବିଭାଗର ଏମିତି ୧୭ଟି ପାନ୍ଥିକା, ପାନ୍ଥଶାଳା କାମରେ ଲାଗୁନି। ଅନୁଗୁଳର ଦେଉଳଝରି, ଭଦ୍ରମର ଧାମନଗର, କଟକର ଛପଚିକଣ, ଢେଙ୍କାନାଳର ବଅଁରପାଳ, ଗଞ୍ଜାମର ଗିରିଶୋଳା, ଯାଜପୁରରୁ ପଥରାଜପୁର, ଗୋକର୍ଣ୍ଣିକା, ଜେ କେ ରୋଡ଼ ଓ ଲାଙ୍ଗୁଡ଼ି, କନ୍ଧମାଳର ଦାରିଙ୍ଗିବାଡ଼ି ଓ ଫୁଲବାଣୀ, କେନ୍ଦ୍ରାପଡ଼ାର ରାମଚଣ୍ଡୀ, ଇଚ୍ଛାପୁର, ତାଳଚୁଆ ଓ ଶ୍ୟାମସୁନ୍ଦରପୁର, ନୟାଗଡ଼ର ଓଡ଼ଗାଁ ଓ ସୁବର୍ଣ୍ଣପୁରର ବିନିକାରେ ଏହି ସବୁ କୋଠା ବିଭିନ୍ନ ସମୟରେ ନିର୍ମାଣ ହୋଇ ଅବ୍ୟବହୃତ ଭାବେ ପଡ଼ି ରହିଛି। ବିଧାନସଭାରେ ବିଧାୟକ ସୁଧୀର କୁମାର ସାମଲଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ତେବେ ଏଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର