ବରଗଡ଼: ବୁଧବାର ସନ୍ଧ୍ୟାରୁ ଓଡ଼ିଶାର ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସି ରହିଥିବା ୧୭ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳର ଅକ୍ଲାନ୍ତ ପ୍ରୟାସ ପରେ, ଶେଷରେ ଗୁରୁବାର ଭୋ୍ର ସମୟରେ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚି ପାରିଥିଲେ। ସମସ୍ତେ ସୁରକ୍ଷିତ ଥିବା ବେଳେ, ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଜଣେ ବନରକ୍ଷୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ଛତିଶଗଡ଼ର ୧୭ ଜଣ ପର୍ଯ୍ୟଟକ କପିଳାଧାର ନିକଟରେ ବାଟବଣା ହୋଇ ଫସି ଯାଇଥିଲେ। ରାତିସାରା ଲଗାତାର ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ବର୍ଷା କମିବା ପରେ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା।
ପାଇକମାଳର ବନ ରେଞ୍ଜର ହୃଦାନନ୍ଦ ମିଶ୍ର କହିଛନ୍ତି, ଗତକାଲି ରାତି ପ୍ରାୟ ୮ଟାରେ ଫସି ରହିଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ଆମକୁ ଏକ ଫୋନ୍ କଲ୍ କରିଥିଲେ। ସେମାନେ ଗନ୍ଧମାର୍ଦ୍ଦନ ପାହାଡ଼ର କୌଣସି ସ୍ଥାନରେ ଫସି ରହିଥିବା ସୂଚନା ଦେଇଥିଲେ। ଆମେ ତୁରନ୍ତ ପୁଲିସକୁ ଜଣାଇଥିଲୁ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଝଡ଼ ଯୋଗୁ ଆମେ ଅଧିକ ଆଗକୁ ବଢ଼ିପାରି ନଥିଲୁ। ଆମେ ସେମାନଙ୍କ ସହିତ ଲଗାତାର ଯୋଗାଯୋଗରେ ରହିଥିଲୁ।
ପ୍ରାୟ ଭୋର୍ ୩:୦୫ରେ, ଆମେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲୁ। ବନ କର୍ମଚାରୀ, ଅଗ୍ନିଶମ ବାହିନୀ ଏବଂ ପୁଲିସଙ୍କୁ ନେଇ ଗଠିତ ଆମର ୪୦ ଜଣିଆ ଦଳ ଫସି ରହିଥିବା ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିଥିଲେ। ଦୁର୍ଭାଗ୍ୟବଶତଃ, ଉଦ୍ଧାର ସମୟରେ, ଆମର ଜଣେ ବନ ବିଭାଗର ଅଧିକାରୀଙ୍କ ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ତାଙ୍କୁ ପର୍ଯ୍ୟଟକଙ୍କ ସହିତ ଫେରାଇ ଅଣାଯାଉଛି ବୋଲି ସେ କହିଛନ୍ତି।
Bargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/24/17-tourists-stranded-in-gandhamardan-rescued-2025-07-24-10-27-42.jpg)